ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ଆଖିରୁ ବାହାରିଲା କିଛି ଏମିତି, ବନ୍ଦ କରିବାକୁ ପଡ଼ିଲା ଅପରେସନ୍‌ ଥିଏଟର

ଦେହରାଡୁନ: ଉତ୍ତରାଖଣ୍ଡର ଦେହରାଦୁନ ମେଡିକଲ କଲେଜରେ ଏମିତି ଏକ ଘଟଣା ଘଟିଛି କି ଯେଉଁଥିପାଇଁ ଅପରେସନ୍‌ ଥିଏଟରକୁ ତୁରନ୍ତ ବନ୍ଦ କରିବାକୁ ପଡ଼ିଥିଲା। ଏଠାରେ ଜଣେ ମହିଳାଙ୍କ ଚକ୍ଷୁ ଅସ୍ତ୍ରୋପଚାର ଚାଲିଥିବା ସମୟରେ ତାଙ୍କ ଆଖି ତଳୁ ପରାଙ୍ଗପୁଷ୍ଟ ଅଣୁଜୀବ ଭଳି କିଛି ବାହାରି ଆସିଥିଲା। ଏହି କାରଣରୁ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଥିଏଟରକୁ ବନ୍ଦ କରିବାକୁ ପଡ଼ିଥିଲା। ଏହାକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରିବା ପରେ ଯାଇ ଖୋଲା ଯିବ ବୋଲି ହସ୍‌ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଟିହରିରେ ବସବାସ କରୁଥିବା ୬୫ବର୍ଷୀୟ ମହିଳା ଦିଲୋ ଦେବୀଙ୍କ ହସ୍‌ପିଟାଲ୍‌ରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ହେବାର ଥିଲା। ମଙ୍ଗଳବାର ସକାଳେ ତାଙ୍କୁ ଅସ୍ତ୍ରୋପଚାର ଥଏଟରକୁ ଅଣା ଯାଇଥିଲା। ଚିକିତ୍ସ୍ୟକ ତାଙ୍କ ଆଖିର ପରୀକ୍ଷା କରିଥିଲେ, ଏହି ସମୟରେ ସେ ଯାହା ଦେଖିବାକୁ ପାଇଥିଲେ ତାହା ସାମାନ୍ୟ ନଥିଲା। ମହିଳାଙ୍କ ଆଖିର ତଳ ଅଂଶରେ ଗଣ୍ଠି ଭଳି କିଛି ଦେଖିବାକୁ ମିଳିଥିଲା। ଚିକିତ୍ସ୍ୟକଙ୍କୁ ସନ୍ଦେହ ହୋଇଥିଲା କି ଏହା କୌଣସି ପରାଙ୍ଗପୁଷ୍ଟ ଅଣୁଜୀବ ହୋଇପାରେ। ଏହାର ସ୍ୟାମ୍ପଲକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି ବୋଲି ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁଶୀଳ ଓଝା ସୂଚନା ଦେଇଛନ୍ତି। ଏହି ରିପୋର୍ଟ ଆସିଲେ ଯାଇ ଏହା ପରାଙ୍ଗପୁଷ୍ଟ ଅଣୁଜୀବ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିବ।

ଅନ୍ୟ ଲୋକମାନଙ୍କୁ ଯେପରି ଏହାର ସଂକ୍ରମଣ ନହୁଏ ସେଥିପାଇଁ ଅପରେସନ୍‌ ଥିଏଟରକୁ ବନ୍ଦ କରି ଦିଆଯାଇଛି। ସଫାସୁତୁରା କରିବା ପରେ ଫାର୍ମାଲିନ୍‌ରେ ଧୁଆଯିବ, ତା’ପରେ ଯାଇ ଓଟିକୁ ଖୋଲାଯିବ।

ସମ୍ବନ୍ଧିତ ଖବର