ଦେଶସେବାର ଅନନ୍ୟ ଉଦାହରଣ: ଯବାନ ଏବଂ ତାଙ୍କ ପରିବାର କରନ୍ତି ମାଗଣାରେ କରନ୍ତି ଲୋକଙ୍କ ଚିକିତ୍ସା, ସାଥିରେ ରଖନ୍ତି ୨୫-୩୦ ହଳ ଚପଲ… ଜାଣନ୍ତୁ ଏହା ପଛର କାରଣ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଜଣେ ଡ଼ାକ୍ତର ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କରିଥିବା କ୍ଲିନିକ୍‌ ପାଇଁ ସେ ଲୋକପ୍ରିୟ ହୋଇ ପାରିଥିବା ଜଣା ପଡ଼ିଛି । ଡ଼ାକ୍ତର ନବନୀତ ଜୈନ୍‌ ଆଖି, ନାକ ଏବଂ କାନର ଡ଼ାକ୍ତର ହୋଇଥିବା ବେଳେ ଯବାନମାନଙ୍କ ଚିକିତ୍ସା ପାଇଁ ସେ ଟଙ୍କାଟିଏ ମଧ୍ୟ ନିଅନ୍ତି ନାହିଁ । ତାଙ୍କ କହିବା ଅନୁଯାୟୀ, ଯବାନମାନେ ତାଙ୍କ ପାଉଣା ଯୁଦ୍ଧ କ୍ଷେତ୍ରରେ ହିଁ ଦେଇ ଦେଇଥାନ୍ତି । ହସ୍ପିଟାଲ ଆସି ତାଙ୍କୁ ଆଉ ଚିକିତ୍ସା ପାଇଁ ପାଉଣା ଦେବାର ଆବଶ୍ୟକତା ନାହିଁ । ୪ବର୍ଷ ପୂର୍ବରୁ ସେ ଏହି କାମ ଆରମ୍ଭ କରିଥିବା ଜଣା ପଡ଼ିଛି ।

Catch Hindi

ସୂଚନା ମୁତାବକ, ଛୋଟ ବେଳେ ନବନୀତ ଆର୍ମିରେ ଯୋଗ ଦେବା ପାଇଁ ଇଚ୍ଛା ରଖିଥିଲେ । କିନ୍ତୁ ଘରଲୋକଙ୍କ ପାଇଁ ସେ ଡ଼ାକ୍ତର ହୋଇଥିଲେ । ଡ଼ାକ୍ତର ହେବା ପରେ ସେ ଯବାନ ଭାଇମାନଙ୍କୁ କିପରି ସାହାଯ୍ୟ କରିବେ ବୋଲି ଭାବି ଏହି ପ୍ରୟାସ କରିଥିବା ଜଣା ପଡ଼ିଛି । ଏହା ସହ ସେ ସବୁ ବେଳେ ନିଜ ଗାଡ଼ିରେ ୨୦-୩୦ ହଳ ଚପଲ ରଖିଥାନ୍ତି । ଯେଉଁଠି ସେ ଖାଲି ପାଦରେ ଲୋକମାନଙ୍କୁ ଦେଖିଥାନ୍ତି ତାଙ୍କ ପାଦର ଆକାର ମାପି ତାଙ୍କୁ ଚପଲ ପିନ୍ଧିବାକୁ ଦେଇଥାନ୍ତି । ଏହି ଚପଲ ପିନ୍ଧାଇବା କାମ ସେ ୧୦ବର୍ଷ ହେଲା କରି ଆସୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର