ଯୁବକର ପିଠିରେ ପଶିଲା ଲୁହାଛଡ , ଜାଣନ୍ତୁ କିପରି ତାର ଜୀବନ ରକ୍ଷା କଲେ ଡାକ୍ତର

ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଭଗବାନ, କାରଣ ସେ ମଣିଷକୁ ମୃତ୍ୟୁ ମୁଖରୁ ରକ୍ଷା କରିଥାନ୍ତି। ଏହାର ପ୍ରମାଣ ପୁଣିଥରେ ମିଳିଛି। ଦିଲ୍ଲୀର ଏକ ନିର୍ମାଣ ସଂସ୍ଥାରେ କାମ କରୁଥିବା ଅଜୟ ନାମକ ଜଣେ ଯୁବକ ସାଇଟରେ କାମ କରୁଥିଲା। ତା’ର ପିଠିରେ ଏକ ଲୁହା ଛଡ ପଶିଗଲା। ସେହି ଛଡ ସାମ୍ନା ପଟକୁ ବାହାରି ଯାଇଥିଲା। ଅଜୟର ଜୀବନ ବଞ୍ଚାଇବା କଷ୍ଟକର ବ୍ୟାପାର ଥିଲା। କିନ୍ତୁ ଏଲଏନଜେପିର ଡାକ୍ତରଙ୍କ ପ୍ରୟାସ ଫଳରେ ତା’ର ଜୀବନକୁ ବଞ୍ଚାଇବା ସହଜ ସାଧ୍ୟ ହୋଇଥିଲା। ଡାକ୍ତର ଅଜୟଙ୍କୁ ନବଜୀବନ ଦେଇଥିଲେ। ଅଜୟର ସର୍ଜରି କରାଯାଇଥିିଲା।

ଅର୍ଥୋପେଡିକ ସର୍ଜନ ଡଃ ହରିକିଶନ୍‌ କହିଛନ୍ତି ଯେ ଅଜୟର ଅବସ୍ଥା ଅତ୍ୟନ୍ତ ସଙ୍ଗିନ୍‌ ଥିଲା। ତା’ର ଅନ୍ୟ ଅଙ୍ଗ ଉପରେ କୌଣସି ପ୍ରଭାବ ପଡି ନଥିବା ହେତୁ ଲୁହା ଛଡକୁ କାଢି ନେଇଥିଲେ। ପ୍ରଥମେ ଅଜୟକୁ ସୁଶ୍ରୁତ ଟ୍ରାମୀ ସେଣ୍ଟରକୁ ନିଆଯାଇଥିଲା। ତା’ପରେ ସେଠାରୁ ଏଲଏନଜେପିକୁ ଅଣାଯାଇଥିଲା।ଏଠାରେ ଉପଯୁକ୍ତ ପଦ୍ଧତିରେ ଚିକିତ୍ସା କରାଯିବା ଫଳରେ ଅଜୟର ପ୍ରାଣରକ୍ଷା ସମ୍ଭବପର ହୋଇଥିଲା।

ସମ୍ବନ୍ଧିତ ଖବର