ଡାକ୍ତର ସ୍ଲିପ୍‌ରେ ଇନ୍‌ଜେକ୍‌ସନ୍‌ ଓ ଔଷଧ ଲେଖିବା ସହିତ ହନୁମାନ ଚାଳିସା ପାଠ ପାଇଁ ବି ରୋଗୀଙ୍କୁ କହିଲେ

ରାଜସ୍ଥାନ: ଡାକ୍ତର ରୋଗୀଙ୍କ ପାଇଁ ସ୍ଲିପ୍‌ରେ କେଉଁ ଔଷଧ ଖାଇବା କଥା କେଉଁ ଇନ୍‌ଜେକ୍‌ସନ୍‌ ନେବା କଥା ତାହା ଲେଖି ଥାଆନ୍ତି। କିନ୍ତୁ ଏଥିସହିତ ନିକଟରେ ଜଣେ ଡାକ୍ତର ରୋଗୀଙ୍କୁ ହନୁମାନ ଚାଳିଶା ପଢ଼ିବା ପାଇଁ ବି ସ୍ଲିପ୍‌ରେ ଲେଖିଥିବା ଘଟଣା ସାମ୍ନାକୁ ଆସିଛି।

ଭରତପୁର ସହରରେ ଦିନେଶ ବର୍ମା ନାମକ ଜଣେ ଡାକ୍ତର ଗତ ୨୦ବର୍ଷ ହେବ କ୍ଲିନିକ୍‌ ଚଳାଉଛନ୍ତି। ସେ ସବୁବେଳେ ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କୁ ସକାଳେ, ସନ୍ଧ୍ୟାରେ ହନୁମାନ ଚାଳିଶା ପଢ଼ିବାକୁ କହି ସ୍ଲିପ୍‌ରେ ବି ଲେଖି ଥାଆନ୍ତି। ଦିନେଶ ବର୍ମାଙ୍କ ପାଖକୁ ଯେଉଁ ବି ରୋଗୀ ଆସନ୍ତି ସେ ପ୍ରଥମେ ତାଙ୍କୁ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି କି ନାହିଁ ତାହା ପଚାରି ଥାଆନ୍ତି। ଯଦି ରୋଗୀ ଭଗବାନଙ୍କୁ ବିଶ୍ୱାସ କରନ୍ତି ବୋଲି କହି ଥାଆନ୍ତି। ତେବେ ଡାକ୍ତର ତାଙ୍କୁ ସକାଳେ, ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବାକୁ କହି ଥାଆନ୍ତି। ଯେଉଁ ରୋଗୀ ଭଗବାନଙ୍କୁ ନମାନନ୍ତି ଡାକ୍ତର ତାଙ୍କୁ ମନ୍ଦିର ଯିବାକୁ ପରାମର୍ଶ ଦେଇଥାଆନ୍ତି।

 

ଦିନେଶ ବର୍ମାଙ୍କ ଅନୁସାରେ, କୌଣସି ରୋଗ ଔଷଧ ଦ୍ୱାରା ଯେତିକି ଭଲ ହୋଇପାରେ, ଯେତିକି ପ୍ରାର୍ଥନା ଦ୍ୱାରା ବି ହୋଇଥାଏ। ରୋଗୀ ଔଷଧ ଦ୍ୱାରା ଶାରୀରିକ ରୂପେ ସୁସ୍ଥ ହେଉଥିବା ବେଳେ ପୂଜାପାଠ ଦ୍ୱାରା ମାନସିକସ୍ତରରେ ସୁସ୍ଥ ହୋଇଥାଆନ୍ତି ବୋଲି ସେ ବିଶ୍ୱାସ ରଖିଛନ୍ତି। ସେଥିପାଇଁ ସେ ତାଙ୍କ ପାଖକୁ ଆସୁଥିବା ରୋଗୀଙ୍କୁ ଔଷଧ ନେବା ସହିତ ପୂଜାପାଠ କରିବାକୁ ବି ପରାମର୍ଶ ଦେଇ ଥାଆନ୍ତି।

ସମ୍ବନ୍ଧିତ ଖବର