୫୦ ବର୍ଷୀୟ ପୁରୁଷଙ୍କ ପେଟରେ ଗର୍ଭାଶୟ !

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହରଦେଇ ଜିଲ୍ଲାର ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ କିଛି ଏପରି ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ।

ଉତ୍ତର ପ୍ରଦେଶରେ ରହୁଥିବା ୫୦ ବର୍ଷୀୟ ସରିଫ୍‌ ଅଲ୍ଲୀଙ୍କ ପେଟରେ ଅଧିକାଂଶ ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ଦୂର କରିବା ପାଇଁ ସେ ଅନେକ ଔଷଧ ବି ଖାଇଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହିଁ। ସମୟସମୟରେ କିଛି ଔଷଧ ଖାଇବା ଦ୍ୱାରା ତାଙ୍କୁ ଆରମ୍ଭ ଲାଗିଥାଏ। ପ୍ରଥମେ ସରିଫଙ୍କୁ ଲାଗିଥିଲା ତାଙ୍କର ହାର୍ନିଆ ସମସ୍ୟା ଥିବା ହେତୁ ଏଭଳି ଯନ୍ତ୍ରଣା ହେଉଛି। ପେଟର ଯନ୍ତ୍ରଣା ଧୀରେ ଧୀରେ ବଢିବା ଆରମ୍ଭ କଲା ସେତେବେଳେ ସେ ଡାକ୍ତରଙ୍କ ସହ ପରାମର୍ଶ ନେଇଥିଲେ।

ତେବେ ଡାକ୍ତରଙ୍କ ପରାମର୍ଶ ମୁତାବକ ପରୀକ୍ଷା ହେବା ପରେ ତାଙ୍କ ପେଟରୁ ମହିଳା ପ୍ରଜନନ ଅଙ୍ଗ ଗର୍ଭାଶୟ ମିଳିଥିଲା । ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସରିଫ୍‌ ଅଲ୍ଲୀଙ୍କ ସୁରକ୍ଷିତ ଭାବେ ଅସ୍ତ୍ରୋପଚାର କରି ଅଙ୍ଗକୁ କାଢି ଦିଆ ଯାଇଥିଲା

ସମ୍ବନ୍ଧିତ ଖବର