ଡାକ୍ତର ଦେଇଥିଲେ ଗର୍ଭନଷ୍ଟ ପରାମର୍ଶ, ମହିଳା ମାନିଲେ ନାହିଁ ଦେଲେ ଶିଶୁକୁ ଜନ୍ମ, ଘଟିଲା ଏମିତି ଘଟଣା

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ବସବାସ କରୁଥିବା ଜଣେ ମା’ ଏମିତି ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଯାହାର ଓଜନ ପାଖାପାଖି ୩୫୦ଗ୍ରାମ ହେବ। ଏହି ଶିଶୁ ଏକ କୋଲଡ୍ରିଙ୍କସ୍‌ ବୋତଲ ସଦୃଶ୍ୟ ହେବ। କୁହାଯାଉଛି କି ଏଯାବତ୍‌ ବ୍ରିଟେନ୍‌ର ଏହା ସବୁଠାରୁ ଛୋଟ ଶିଶୁ । ଡାକ୍ତର ଶିଶୁର ସୋନୋଗ୍ରାଫି ଦେଖି ଦମ୍ପତ୍ତିଙ୍କୁ କହିଥିଲେ କି ଶିଶୁ ଜୀବିତ ରହିବାର ଆଶା ବହୁତ କମ୍‌ ରହିଛି।

ମହିଳା ଅନ୍ତସତ୍ତ୍ୱା ହେବାର କିଛି ସପ୍ତାହ ପରେ ହିଁ ଶିଶୁର ବିକାଶ ଅଟକି ଯାଇଥିଲା। ଗର୍ଭନଳୀରୁ ଜରୁରୀ ପୋଷକତତ୍ତ୍ୱ ଶିଶୁ ଶରୀର ପର୍ଯ୍ୟନ୍ତ ପହଞ୍ଚି ପାରୁ ନଥିଲା। ଏହି କାରଣରୁ ଶିଶୁର ବିକାଶ ନହୋଇ ସେମିତି ହିଁ ରହି ଯାଇଥିଲା। ଅନ୍ତସତ୍ତ୍ୱା ହେବା ପରେ ମହିଳା କୌଣସି ପ୍ରକାର ଅବହେଳା କରିଥିଲେ ଯାହା ଶିଶୁ ଉପରେ ଭାରି ପଡ଼ି ଯାଇଥିଲା। ଖାଦ୍ୟପାନୀୟ ଉପରେ ବିଶେଷ ଭାବେ ଧ୍ୟାନ ନଦେବାର କାରଣ ବି ଏହାର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ବି ଡାକ୍ତର କହିଥିଲେ।

ମହିଳାଙ୍କ କହିବାନୁସାରେ, ଯେତେବେଳେ ବି ସେ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ସବୁବେଳେ କହି ଥାଆନ୍ତି ଶିଶୁକୁ ବଞ୍ଚାଇବା କଷ୍ଟ ହେବ। ତେଣୁ ଗର୍ଭନଷ୍ଟ କରିଦେବା ଉଚିତ, କିନ୍ତୁ ସେ କୌଣସି ବି ପରିସ୍ଥିତିରେ ଶିଶୁକୁ ଜନ୍ମ ଦେବାକୁ ଚାହୁଁଥିଲେ। ଡାକ୍ତର ସର୍ଜରି କରି ୨୬ ସପ୍ତାହର ଅପରିପକ୍ୱ ଶିଶୁକୁ ଜନ୍ମ ଦେଇଥିଲେ।

ଡାକ୍ତରଙ୍କ କହିବାନୁସାରେ, ଶିଶୁକୁ ଜନ୍ମ ଦେବା ପରେ ସେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ପୂର୍ବରୁ ଲାଗିଥିଲା ଶିଶୁର ଓଜନ ଅତିକମ୍‌ରେ ୫୦୦ଗ୍ରାମ ହେବ। କିନ୍ତୁ ବାସ୍ତବରେ ଶିଶୁର ଓଜନ ୩୫୦ଗ୍ରାମ ଥିଲା। ଜନ୍ମର ସଙ୍ଗେସଙ୍ଗେ ଶିଶୁକୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। କେବଳ ଏତିକି ନୁହେଁ ଜନ୍ମର ୬ମାସ ପର୍ଯ୍ୟନ୍ତ ହସ୍‌ପିଟାଲରେ ଶିଶୁକୁ ସ୍ପେଶାଲ କେୟାରରେ ରଖା ଯାଇଥିଲା । ଏହାପରେ ଶିଶୁ ସୁସ୍ଥ ହେବାପରେ ଟେଲର ଦମ୍ପତ୍ତି ଘରକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର