ଶିବଙ୍କ ଭୟରେ କ’ଣ କେହି କୈଳାସ ପର୍ବତ ଶିଖରରେ ପହଞ୍ଚି ପାରୁନାହାନ୍ତି ? ଜାଣନ୍ତୁ ସତ କ’ଣ

ଦେବ ଦେବ ମହାଦେବ କୈଳାସ ପର୍ବତରେ ବାସ କରନ୍ତି ବୋଲି ହିନ୍ଦୁ ପୁରାଣ ମାନଙ୍କରେ କୁହାଯାଉଛି। ବିଶ୍ୱର ଅନେକ ପର୍ବତାରୋହୀ ଏହି ସୁଉଚ୍ଚ କୈଳାସ ପର୍ବତ ଉପରେ ଚଢିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ସେମାନେ ଏଥିରେ ସଫଳ ହୋଇ ନାହାନ୍ତି।
ଭଗବାନ ଶିବ ତାଙ୍କ ପତ୍ନୀ ପାର୍ବତୀଙ୍କ ସହିତ କୈଳାସ ପର୍ବତରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ସୁଉଚ୍ଚ କୈଳାସ ପର୍ବତର ଶିଖରରେ କେହି କାହିଁକି ଆରୋହଣ କରିପାରନ୍ତି ନାହିଁ, ସେ ସଂପର୍କରେ ବିଦ୍ୱାନ ମାନଙ୍କ ଦ୍ୱାରା ଗବେଷଣା କରାଯାଇଛି।
ଅନେକ ଆଶଙ୍କା କରୁଥିଲେ ବୋଧହୁଏ ଭଗବାନ ଶିବଙ୍କ ଭୟରେ ପର୍ବତକୁ କେହି ଆରୋହଣ କରି ପାରୁ ନାହାନ୍ତି। କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ କୈଳାସ ପର୍ବତ ହେଉଛି ବିଶ୍ୱର ନୋଡାଲ ବିନ୍ଦୁ। ସେମାନେ ଆଉ ଏକ ନିଷ୍କର୍ସରେ ମଧ୍ୟ ପହଞ୍ଚିଛନ୍ତିି। ତାହା ହେଲା କୈଳାସ ପର୍ବତ ମାନବ ନିର୍ମିତ ଏକ ପିରାମିଡ଼। ଏହା ଛୋଟ ପିରାମିଡର କେନ୍ଦ୍ର ବିନ୍ଦୁ।


ମହାକାଶ ଗବେଷକମାନେ ଅନୁସନ୍ଧାନରୁ ଜାଣି ପାରିଛନ୍ତି ଯେ କୈଳାସ ପର୍ବତ ଆରୋହଣ କରିବା ଅତ୍ୟନ୍ତ କଷ୍ଟକର। ସେଠାକାର ଭୌଗୋଳିକ ପରିସ୍ଥିତି ଏଥିପାଇଁ ଦାୟୀ ବୋଲି କୁହାଯାଇଛି। ହିମାଳୟ ପର୍ବତର ତିନି ପର୍ବତ ଶିଖର ସଂପର୍କରେ ମଧ୍ୟ ଏହି ଗବେଷକମାନେ ନୂତନ ଜ୍ଞାନ ଆହରଣ କରିଛନ୍ତି।

ସମ୍ବନ୍ଧିତ ଖବର