କ୍ବାରାଣ୍ଟାଇନ୍‌ରେ ଥିବା ପଡ଼ୋଶୀଙ୍କୁ ସାହାଯ୍ୟ କଲା ପୋଷା କୁକୁର: ଦୁଆରମୁହଁରେ ପହଞ୍ଚାଇଲା ତେଜରାତି ସାମଗ୍ରୀ

ୱାଶିଂଟନ: ସାରା ବିଶ୍ବରେ କରୋନା ଭାଇରସ୍‌ର ଆତଙ୍କ ଲାଗି ରହିଥିବା ବେଳେ ‌ଅନେକ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠି ଜଣେ ମଣିଷ ଅନ୍ୟ ଜଣେ ମଣିଷର ସଂସ୍ପର୍ଶରେ ଆସି ସାହାଯ୍ୟ କରିବାକୁ ଭୟ କରୁଛି ସେଠାରେ ଚର୍ଚ୍ଚାର ପରିସରକୁ ଆସିଛି ଆମେରିକାର ଏକ କୁକୁର।

କୁକୁରଟି ଦୋକାନରୁ ତେଜରାତି ସାମଗ୍ରୀ ଆଣି ତାଙ୍କର ଜଣେ ପଡ଼ିଶାଙ୍କୁ ଯୋଗାଇ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। କୁକୁରଟିର ଏପରି ବଡ଼ପଣିଆକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି।

କୁକୁରଟିର ନାମ ହେଉଛି ସନ୍ନି। ମହାମାରୀ କରୋନା ଭାଇରସ୍‌ ହେତୁ ନିଜ ଘରେ କ୍ବାରାଣ୍ଟାଇନ୍‌ରେ ଥିବା ପଡ଼ୋଶୀଙ୍କୁ ସନ୍ନି ଖାଦ୍ୟ ସାମଗ୍ରୀ ଓ ତେଜରାତି ଦେଇ ଆସୁଥିବା ଜାଣିବାକୁ ମିଳିଛି।

ରେନି ନାମକ ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ହେତୁ ତାଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଏପରି ଏକ ପରିସ୍ଥିତିରେ ସେ କିପରି ଚଳିବେ ବୋଲି ଚିନ୍ତା କରି ସନ୍ନିର ମାଲିକ କରିନା ତାଙ୍କୁ ସହାଯ୍ୟ କରିବାକୁ ଚିନ୍ତା କରି କୁକୁରଟିକୁ ତେଜରାତି ଦୋକାନ ନେଇ ଜିନିଷ କିଣି ପଡ଼ିଶା ଘରେ ଦେଇ ଆସିବାକୁ କହିଥଲେ। ମାଲିକଙ୍କ କଥାକୁ ସନ୍ନି ଅକ୍ଷରେ ଅକ୍ଷରେ ପାଳନ କରି ତେଜରାତି ସାମଗ୍ରୀକୁ ନେଇ ଆକ୍ରାନ୍ତଙ୍କ ଘର ଦୁଆରେ ପହଞ୍ଚାଇ ଆସିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର