ସମୁଦ୍ରରେ ୨୨୦କିମି ପହଁରି କୁକୁର ଜୀବନ ବଞ୍ଚାଇଲା, ଉଦ୍ଧାର କରି କର୍ମଚାରୀ ରଖିଲେ ଏଭଳି ନାମ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ମଣିଷ ସାଇକେଲ, ବାଇକ୍‌ ଓ ଚାଲିଚାଲି ଯାତ୍ରା କରି ରେକର୍ଡ କରିଥିବାର ଖବର ଶୁଣିଥିବେ। କିନ୍ତୁ କେବେ ଆପଣ ଶୁଣିଛନ୍ତି କୌଣସି କୁକୁର ୨୨୦ କିମି ପର୍ଯ୍ୟନ୍ତ ଯାତ୍ରା କରିଥିବା କଥା। ଆମେ ଆପଣଙ୍କୁ ଏମିତି ଏକ କୁକୁର ବିଷୟରେ କହିବାକୁ ଯାଉଛୁ ଯିଏକି ସମୁଦ୍ରରେ ୨୨୦ କିଲୋମିଟର ପର୍ଯ୍ୟନ୍ତ ପହଁରି ପହଁରି ଯାତ୍ରା କରିଥିଲା।

 ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାକଂକରେ ଏଭଳି  ଘଟିଛି। ସ୍ଥାନୀୟ ମିଡିଆ ରିପୋର୍ଟସ୍‌ ମୁତାବକ, ଏକ କୁକୁର ମାଛ ଧରୁଥିବା ସମୟରେ ଜାହାଜରୁ ସମୁଦ୍ରକୁ ଖସି ପଡ଼ିଥିଲା। ଭୁଲ ଦିଗରେ ପହଁରିବା ହେତୁ କୂଳରୁ ୨୨୦କିମି ଦୂରକୁ ଚାଲି ଯାଇଥିଲା। ପରେ କୁକୁରଟି ପହଁରି ପହଁରି କୂଳ ନିକଟରେ ପହଞ୍ଚିଥିଲା।

ଏହାପରେ ଉଦ୍ଧାରକାରୀ ଦଳ କୁକୁରକୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ କୁକୁରକୁ ଫୁଲହାର ପିନ୍ଧାଇବା ସହ ଓ କର୍ମଚାରୀ କୁକୁର ନାମ ‘ବୁନରୋଡ’ ରଖିଥିଲେ। କୁକୁରଟି ଏତେ ସମୟ ସମୁଦ୍ର ଭିତରେ ଥିବାରୁ ତାର ସ୍ୱାସ୍ଥ୍ୟ ସାମାନ୍ୟ ବିଗିଡି ଯାଇଛି। ଡାକ୍ତର ତାହାର ଚିକିତ୍ସା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର