କୁକୁର ଭୂମିକମ୍ପର ପୂର୍ବାନୁମାନ କରିପାରେ ନାହିଁ

ଏକଥା ପ୍ରାୟ କୁହାଯାଏ କି କୁକୁରର ଆଘ୍ରାଣ ଶକ୍ତି ଓ ଅନୁମାନ ଶକ୍ତି ପ୍ରଖର। ପୁଣି ଏକଥା ମଧ୍ୟ ଜଣାଶୁଣା କି ପଶୁପକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ପୂର୍ବରୁ ଜାଣିପାରନ୍ତି। ଅନେକ ଲୋକ ଭାବନ୍ତି ଯେ ଭୂମିକମ୍ପ ହେବାର ପୂର୍ବନୁମାନ କରିପାରେ କୁକୁର । କିନ୍ତୁ ନିକଟରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ କୁକୁର ଭୂମିକମ୍ପର ପୂର୍ବନୁମାନ କରିପାରେ ନାହିଁ ।
ପୂର୍ବାନୁମାପ ସଂପର୍କରେ ଗବେଷଣା କରୁଥିବା ଅନୁଷ୍ଠାନ ବିଏଫ ଜେଡ଼ର ଗବେଷକ ହେଓ୍ଵକୋ ଓଇଥ ଓ ତାଙ୍କର ସହକର୍ମୀମାନେ କୁକୁରମାନଙ୍କ ଜୀବନଶୈଳୀ ଭୂମିକମ୍ପ ଭିତରେ ଥିବା ସଂଯୋଗ ବିଷୟରେ ଗବେଷଣା କରିଥିଲେ । ବିଶେଷ କରି କୁକୁରମାନେ ଭୂମିକମ୍ପର ପୂର୍ବାନୁମାନ କରିପାରନ୍ତି କି ନାହିଁ, ସେ ବିଷୟରେ ଜାଣିବାକୁ ଚାହିଁଥିଲେ । ଖାଲି ସେତିକି ନୁହଁ, ଭୂମିକମ୍ପ ପରେ କୁକୁରମାନଙ୍କର ବ୍ୟବହାରରେ କି ପ୍ରକାରର ପରିବର୍ତ୍ତନ ଆସେ ତାହା ଉପରେ ବି ଗବେଷଣା କରାଯାଇଥିଲା ।

Petco

ଏଥିରେ ୭୨୯ଟି ଘଟଣାକୁ ନେଇ ଅନୁଧ୍ୟାନ କରାଯାଇଥିଲା । ସେଥି ମଧ୍ୟରୁ ଅଧିକାଂଶରେ ଜଣାଯାଇଥିଲା କୁକୁରମାନେ ଭୂମିକମ୍ପର ପୂର୍ବନୁମାନ କରିପାରନ୍ତି ନାହିଁ । ଏହି ଗବେଷଣା ସମୟରେ ବିଭିନ୍ନ ପ୍ରଜାତିର କୁକୁରମାନଙ୍କର ଭୂମିକମ୍ପର ପୂର୍ବାନୁମାନ ସଂପର୍କିତ ସୂଚନାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏଥିରେ ଏଣ୍ଡିପୋକ ଠାରୁ ଆରମ୍ଭ କରି ହାତୀ ଯାଏଁ ବିଭିନ୍ନ ପଶୁଙ୍କୁ ସାମିଲ କରାଯାଇଥିଲା ।
ମୋଟାମୋଟି ଭାବେ କହିବାକୁ ଗଲେ କୁକୁରମାନେ ଭୂମିକମ୍ପର ପୂର୍ବାନୁମାନ କରିପାରନ୍ତି ନାହିଁ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର