ଏହି ଲୋକଙ୍କ କଥା ଟାଳିବା ଉଚିତ୍‌ ନୁହେଁ !

ଶ୍ରୀରାମଚରିତ ମାନସ ହେଉଛି ହିନ୍ଦୁମାନଙ୍କର ଏକ ପବିତ୍ର ଗ୍ରନ୍ଥ। ଏଥିରେ ସଦାଚାର ସଂପର୍କର୍ରେ ଅନେକ କଥା ମଧ୍ୟ ରହିଛି। ସେଥିମଧ୍ୟରୁ ଗୋଟିଏ କଥା ହେଲା ଯେ କେଉଁ ଲୋକଙ୍କ କଥା ଆଦୌ ଟାଳିବା ଅନୁଚିତ ଆସନ୍ତୁ ଜାଣିବା କେଉଁମାନେ ସେହି ଲୋକ।
ଯାହା ପାଖରେ ଅସ୍ତ୍ର ଥିବ:- ଯେଉଁ ବ୍ୟକ୍ତି ପାଖରେ ଅସ୍ତ୍ର ଥିବ,ତା’ର କଥା ନ ମାନିଲେ ସେ କ୍ରୋଧିତ ହେବ। ତା’ର କ୍ରୋଧକୁ ଶାନ୍ତ କରାଯିବା କଷ୍ଟକର। ଏଣୁ ତା’ର କଥା ଟାଳିବା ଅନୁଚିତ।
ଗୋପନ କଥା ଜାଣିଥିବା ଲୋକ:- ଯଦି କେହି ଆପଣଙ୍କର ଅତ୍ୟନ୍ତ ଗୋପନୀୟ କଥାଟି ଜାଣିଥିବ,ତା’ର କଥା ବି ମାନିବା ଦରକାର,ତା’ ନହେଲେ ସେ ସେହି କଥା ପ୍ରଘଟ କରି ଆପଣଙ୍କୁ ଅସୁବିଧାରେ ପକାଇ ଦେବ।
ମାଲିକ:- ନିଜର ମାଲିକଙ୍କ କଥାକୁ ଅମାନ୍ୟ କରିବା ଅନୁଚିତ,ତା’ ନହେଲେ ଜୀବିକା ହରାଇବାର ଆଶଙ୍କା ରହିଛି।
ମୁର୍ଖବ୍ୟକ୍ତି:- ମୁର୍ଖ ବା ବୁଦ୍ଧିହୀନ ବ୍ୟକ୍ତିର କଥାକୁ ଟାଳିବା ଉଚିତ ନୁହେଁ, କାରଣ ତା’ର ବୁଦ୍ଧି ନଥାଏ।
ଧନୀ ବ୍ୟକ୍ତି:- ଧନୀ ବ୍ୟକ୍ତିର କଥା ଟାଳିବା ଉଚିତ ନୁହେଁ, କାରଣ ତା’ ପାଖରେ ପ୍ରଚୁର ଅର୍ଥ ଅଛି।
ଚିକିତ୍ସକ:- ଚିକିତ୍ସକଙ୍କ କଥା ଏଇଥିପାଇଁ ଟାଳିବା ଅନୁଚିତ ଯେ,ସେ ଆପଣଙ୍କ ଦେହ ପାଇଁ ଉଚିତ ଔଷଧ ଚିକିତ୍ସା କରାଇଥା’ନ୍ତି।


ରୋଷେୟା:- ଆପଣଙ୍କ ଘରେ ରୋଷେୟା କାମ କରୁଥିବା ଲୋକର କଥା ଟାଳିବା ଉଚିତ ନୁହେଁ। ସେଭଳି କରିଲେ ସେ କ୍ରୋଧିତ ହୋଇ ଖାଦ୍ୟରେ କିଛି ବିଷାକ୍ତ ବା ଅନାବଶ୍ୟକ ସାମଗ୍ରୀ ମିଶାଇ ଦେଇପାରେ।

ସମ୍ବନ୍ଧିତ ଖବର