ଏମ୍‌ଆର୍‌ଆଇ, ସିଟି ସ୍କାନ୍‌ ଏବଂ ଏକ୍ସ-ରେ କରିବା ପୂର୍ବରୁ ଏହି ସବୁ ସାବଧାନତା ଅବଲମ୍ବନ କରନ୍ତୁ

ନୂଆଦିଲ୍ଲୀ : ଡାକ୍ତରଖାନା ଯିବା ପୂର୍ବରୁ ଆପଣଙ୍କୁ କିଛି ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ । ଯଦି ଆପଣ ନିଜ ପାଇଁ ବା କାହାକୁ ନେଇ ଡ଼ାକ୍ତରଖାନା ଯାଉଛନ୍ତି ତେବେ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର । କାରଣ କିଛି ଦିନ ତଳେ ଆପଣ ଜାଣିଥିବେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ମୁମ୍ବାଇସ୍ଥିତ ନାୟର ହସ୍ପିଟାଲ ଯାଇଥିବା ବେଳେ ଏମ୍‌ଆର୍‌ଆଇ ମେସିନ୍‌ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ସେଭଳି ଘଟଣା ଯେପରି ଆପଣଙ୍କ ସହ ନ ଘଟେ ସେଥି ପାଇଁ କି କି ସାବଧାନତା ଆପଣ ଅବଲମ୍ବନ କରିବା ଦରକାର ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଏମ୍‌ଆର୍‌ଆଇ

Vanderbilt Health

୧.ଏମ୍‌ଆର୍‌ଆଇ ସ୍କାନ ଦିନ ଆପଣ ଖାଦ୍ୟ ଖାଇପାରିବେ ଏବଂ ପାଣି ପିଇ ପାରିବେ ଏବଂ ଜରୁରୀ ଓଷଧ ମଧ୍ୟ ଖାଇ ପାରିବେ ।
୨.କିଛି କିଛି ବିଷୟରେ ସ୍କାନର ୪ଘଣ୍ଟା ପୂର୍ବରୁ କିଛି ନ ଖାଇବା ପାଇଁ କୁହା ଯାଇଥାଏ । ସେଥିପାଇଁ ନିଜ ଡ଼ାକ୍ତରଙ୍କର ପରାମର୍ଶ ନିଅନ୍ତୁ ।
୩.ଏମ୍‌ଆର୍‌ଆଇ କରିବା ପୂର୍ବରୁ ବିନା ମେକ୍‌ଅପ୍‌ରେ ଯାଆନ୍ତୁ । କାରଣ ପ୍ରସାଧାନ ସାମଗ୍ରୀରେ ମେଟାଲ ପାଉଡ଼ର ଥାଏ ।
୪. ଯାହାଙ୍କର ଏମ୍‌ଆର୍‌ଆଇ କରାଇବାକୁ ଯାଉଛନ୍ତି ତାଙ୍କର ପୂର୍ବ ମେଡ଼ିକାଲ ଟେଷ୍ଟର ରିପୋର୍ଟ ସାଥୀରେ ନିଅନ୍ତୁ ।
୫. ଧାତୁରେ ତିଆରି ହୋଇଥିବା ଜିନିଷ ଯେମିତିକି ଘଣ୍ଟା,ସୁନାଗହଣା ଏମିତିକି ମଙ୍ଗଳସୁତ୍ର ମଧ୍ୟ କାଢ଼ି ସ୍କାନ ପାଇଁ ଯାଆନ୍ତୁ । ଧାତୁରେ ତିଆରି ହୋଇଥିବା ଦାନ୍ତ ଏବଂ ଓ୍ଵିଗ୍‌, ଯେଉଁଥିରେ କିଛି ପରିମାଣରେ ଧାତୁ ଥାଏ ତାକୁ କାଢ଼ି ସ୍କାନ ପାଇଁ ଯାଆନ୍ତୁ ।
୬.ଶ୍ରବଣ ଯନ୍ତ୍ର ଏବଂ ହେୟାର ପିନ୍‌ ମଧ୍ୟ କାଢ଼ି ଦିଅନ୍ତୁ ।
୭.ମହିଳାମାନେ ପିନ୍ଧୁଥିବା ଅନ୍ତଃବସ୍ତ୍ରରେ ମେଟାଲର ବ୍ୟବହାର କରାଯାଇଥାଏ । ସ୍କାନ ପାଇଁ ଯିବା ପୂର୍ବରୁ ଏଗୁଡ଼ିକ ଉତ୍ତାାରିଦେବା ଦରକାର ।

ସିଟିସ୍କାନ୍‌

itnonline.com

୧.ସିଟିସ୍କାନ କରୁଥିବା ରେଡ଼ିଓଲୋଜିଷ୍ଟ ଏବଂ ଡ଼ାକ୍ତରଙ୍କୁ ଆପଣଙ୍କ ପୁରା ମେଡ଼ିକାଲ ଇତିହାସ ବିଷୟରେ ଜଣାନ୍ତୁ । ପୂର୍ବରୁ କେଉଁ ରୋଗରେ ପଡ଼ି ସାରିଛନ୍ତି ସେ ବିଷୟରେ ଜଣାନ୍ତୁ ।
୨.ଯଦି ଆପଣଙ୍କୁ ସକାଳ ୮-୯ଟା ଭିତରେ ସିଟି ସ୍କାନ କରିବାର ଅଛି ତେବେ ରାତି ୧୨ଟା ପରେ କିଛି ଖାଆନ୍ତୁ ନାହିଁ ।
୩.ସୂତା ତିଆରି କପଡ଼ା ପିନ୍ଧିବା ଅତ୍ୟନ୍ତ ଭଲ ।
୪.ଯଦି ଆପଣ ଡ଼ାଇବେଟିସ ରୋଗୀ ତେବେ ସୁଗାର ସ୍ତର ୧୦୦ରୁ କମ ହେବା ଦରକାର । କପଡ଼ା ଧାତୁ ବିହୀନ ହେବା ଦରକାର ।

ଏକ୍ସ-ରେ

Family Medical Clinic | Soldotna, Alaska

୧.ଯେଉଁ ଅଙ୍ଗର ଏକ୍ସରେ ହେବାକୁ ଥାଏ, ତା’ ପାଖରେ ଧାତୁରେ ଜିନିଷ ରଖିବା ବିପଦ ଜନକ ।
୨.ଗର୍ଭବତୀ ମହିଳାମାନଙ୍କୁ ଏକ୍ସରେ କରିବା ପାଇଁ ମନା କରାଯାଇଥାଏ ।
୩.ଯଦି ପେଟର କୌଣସି ଭାଗର ଏକ୍ସରେ ହେବାକୁ ଥାଏ ,ତେବେ ଖାଲି ପେଟରେ ଯାଆନ୍ତୁ ।

ସମ୍ବନ୍ଧିତ ଖବର