ପୂର୍ବଜନ୍ମର ଏହି ଇଚ୍ଛା ହେତୁ ଦ୍ରୌପଦୀଙ୍କୁ ୫ ପତି ବରଣ କରିବାକୁ ପଡ଼ିଲା

ଆମେ ସମେସ୍ତ ଜାଣନ୍ତି ଏକ ପରିସ୍ଥିତିରେ ପଡ଼ି ପାଞ୍ଚାଳ ରାଜ୍ୟର ରାଜକୁମାରୀ ପାଞ୍ଚାଳୀ ଅର୍ଥାତ ଦ୍ରୌପଦୀଙ୍କୁ ପାଞ୍ଚ ପତି ବରଣ କରିବାକୁ ପଡ଼ିଥିଲା। ମାତ୍ର ଏକଥା ବି ତ ଆପଣ ଅସ୍ୱୀକାର କରିବେ ନାହିଁ କି ସବୁ ବିଧିର ବିଧାନ ଏବଂ ପୂର୍ବରୁ ସ୍ଥିରୀକୃତ। କୌଣସି କାରଣ ବିନା କିଛି ବି ଘଟେ ନାହିଁ। ମାଆ କୁନ୍ତୀଙ୍କ ଅଦେଶ ମାନି ଜଣେ ନାରୀକୁ ପାଣ୍ଡବ ପାଞ୍ଚ ଭାଇ ପତ୍ନୀ ରୂପେ ସ୍ୱୀକାର କରିବା ଓ ଏହି ନିଷ୍ପତ୍ତିଗୁ ଦ୍ରୌପଦୀ ମୁଣ୍ଡପାତି ସହିଯିବା ଗୋଟାଏ ଜନ୍ମର କଥା ନୁହେଁ। ଦ୍ରୌପଦୀଙ୍କୁ ୫ ଜଣ ସ୍ୱାମୀ ମିଳିବା ପଛରେ ବି ଏକ କାହାଣୀ ରହିଛି। ଯାହା ଆଗି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

ପୂର୍ବ ଜନ୍ମରେ ଦ୍ରୌପଦୀ ନଳ, ଦମୟନ୍ତୀଙ୍କ କନ୍ୟା ନଳିନୀ ଥିଲେ। ସେ ଜଣେ ଶିବ ଭକ୍ତ ଥିଲେ। ଶିବଙ୍କୁ ନଳିନୀ ଦିନ ରାତି ପୂଜା କରି ପ୍ରସନ୍ନ କରାଇ ପାରିଥିଲେ। ଦିନେ ଶିବ ଖୁସି ହୋଇ ନଳିନୀଙ୍କୁ ଏକ ବର ମାଗିବାକୁ କହିଲେ। ନଳିନୀ ଶିବଙ୍କୁ ସାମ୍ନାରେ ପାଇଁ ତାଙ୍କ ପସନ୍ଦର ଜୀବନସାଥୀ ଚାହାନ୍ତି ବୋଲି ଜଣାଇଲେ। ଶିବ ନଳିନୀଙ୍କୁ ପଚାରିଲେ କି ସେ ତାଙ୍କ ଜୀବନସାଥୀଙ୍କ ଭିତରେ କେଉଁ ଗୁଣ ଦେଖିବାକୁ ଚାହାନ୍ତି। ନଳିନୀ ଗୋଟି ଗୋଟି କରି ୧୪ଟି ଗୁଣ ବଖାଣିଲେ। ଶିବ ତାଟସ୍ତ ହୋଇଗଲେ। ଗୋଟାଏ ମଣିଷ ଭିତରେ ୧୪ ଗୁଣ ରହିବା ଅସମ୍ଭବ। ୧୪ ଗୁଣର ସ୍ୱାମୀ ପାଇବା ପାଇଁ ନଳିନୀଙ୍କୁ ଏକାଧିକ ସ୍ୱାମୀଙ୍କୁ ଗ୍ରହଣ କରିବାକୁ ହେବ। ନଳିନୀଙ୍କୁ ଦେଇଥିବା ଆଶୀର୍ବାଦକୁ ସତ କରିବା ପାଇଁ ବାଧ୍ୟ ହୋଇ ତାଙ୍କୁ ଏକା ସାଙ୍ଗରେ ୫ ପତି ମିଳବେ ବୋଲି କହିଥିଲେ ମହାଦେବ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ଭିତରେ ନଳିନୀ ଚାହିଁଥିବା ସେହି ୧୪ ଗୁଣକୁ ବାଣ୍ଟି କରି ଦେଇ ଦେଲେ ଭଗବାନ ଶଙ୍କର। ଫଳରେ ପର ଜନ୍ମରେ ନଳିନୀ ଦ୍ରୌପଦୀ ହୋଇ ପାଞ୍ଚାଳ ରାଜ୍ୟରେ ଜନ୍ମଲାଭ କଲେ। ସ୍ୱୟଂବରରେ ଅର୍ଜୁନଙ୍କୁ ବରିବା ପରେ ଶଶୁର ଘରକୁ ଆସି ପୁଣି ଥରେ ୫ ଭାଇଙ୍କୁ ବିବାହ କରି ନିଜ ପସନ୍ଦର ଗୁଣ ରଖିଥିବା ୫ ଜୀବନସାଥୀ ପାଇବାରେ ସମର୍ଥ ହେଲେ।

ସମ୍ବନ୍ଧିତ ଖବର