ଦ୍ରୌପଦୀଙ୍କୁ ପାଞ୍ଚ ନୁହେଁ ମିଳିଥାନ୍ତେ ଚଉଦ ସ୍ୱାମୀ, ଜାଣନ୍ତୁ କାହିଁକି?

ମହାଭାରତର ଏକ ପ୍ରମୁୁଖ ଚରିତ୍ର ହେଲେ ଦ୍ରୌପଦୀ। ସେ ଦ୍ରୁପଦ ରାଜାଙ୍କର କନ୍ୟା ଥିଲେ। ଆହୁରି ମଧ୍ୟ କୁହାଯାଏ ଯେ, ଦୌପଦୀ ଅଗ୍ନିରୁ ଜାତ ହୋଇଥିଲେ।

ଭବିଷ୍ୟ ପୁରାଣ ଅନୁଯାୟୀ ଦ୍ରୌପଦୀଙ୍କ ଉପରେ ଭଗବାନ ଶିବ ପ୍ରସନ୍ନ ହୋଇଥିଲେ ପୂର୍ବଜନ୍ମରେ। ଯଦି ଭଗବାନ ଶିବଙ୍କ ବରଦାନ ଫଳପ୍ରସୂ ହୋଇଥାଆନ୍ତା, ତେବେ ଦ୍ରୌପଦୀଙ୍କର ପାଞ୍ଚ ସ୍ୱାମୀ ନୁହେଁ, ବରଂ ୧୪ ଜଣ ସ୍ୱାମୀ ହୋଇଥାନ୍ତେ।

ଭବିଷ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଦ୍ରୌପଦୀ ପୂର୍ବ ଜନ୍ମରେ ଜଣେ ଧର୍ମପରାୟଣା ମହିଳା ଥିଲେ। ସେ ଭଗବାନ ଶିବଙ୍କର ନିୟମିତ ଆରାଧନା କରୁଥିଲେ। ଅଖଣ୍ଡ ସୌଭାଗ୍ୟପ୍ରାପ୍ତ କରିବା ପାଇଁ ସେ ଇଚ୍ଛା ରଖିଥିଲେ। ସେ ତପସ୍ୟାଚରଣ ବି କରିଥିଲେ।

ଭଗବାନ ଶିବ ଏଥିରେ ପ୍ରସନ୍ନ ହୋଇ ଦ୍ରୌପଦୀଙ୍କୁ ବର ଯାଚନା କରିଥିଲେ। ଦ୍ରୌପଦୀ କହିଥିଲେ ଯେ, ଚଉଦଟି ଗୁଣ ଥିବା ଜଣେ ସ୍ୱାମୀଙ୍କୁ ଆରଜନ୍ମରେ ସେ ପ୍ରାପ୍ତ କରିବାକୁ ଚାହାଁନ୍ତି। ଏକଥା ଶୁଣି ଭଗବାନ ଶିବ କହିଲେ ଉକ୍ତ ୧୪ଟି ଗୁଣ କୌଣସି ପୁରୁଷଠାରେ ନାହିଁ।

ତାପରେ ଦ୍ରୌପଦୀ ପାଞ୍ଚଟି ସଦ୍‌ଗୁଣ ଥିବା ବ୍ୟକ୍ତିଙ୍କୁ ସ୍ୱାମୀ ରୂପେ ପାଇବାର ବରଦାନ ମାଗିଲେ। ଏହି ପାଞ୍ଚଟି ଗୁଣ ହେଲା ବ୍ୟକ୍ତି ଧାର୍ମିକ ହୋଇଥିବେ, ମହାନ୍‌୍‌, ଧନୁର୍ଦ୍ଧର, ଶକ୍ତିଶାଳୀ, ଧୈର୍ଯ୍ୟବାନ୍‌ ଓ ରୂପବାନ୍‌ ହୋଇଥିବେ। ଭଗବାନ ଶିବ ତାଙ୍କୁ ସେହି ବରଦାନ କଲେ।

ଏହି ବରଦାନର ଫଳସ୍ୱରୂପ ଦ୍ରୌପଦୀଙ୍କୁ ମିଳିଥିଲେ ପାଞ୍ଚ ପତି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ। ଏହି ପୂର୍ବ ଜନ୍ମ କଥା ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ତାଙ୍କ ବିବାହ ସମୟରେ ସ୍ମରଣ କରାଇଥିଲେ।

ସମ୍ବନ୍ଧିତ ଖବର