ଦ୍ରୌପଦୀଙ୍କର ବସ୍ତ୍ରହରଣ ସମୟରେ କାହିଁକି ମୌନ ରହିଥିଲେ ଯୁଧିଷ୍ଠିର ?

ଭଗବାନ ଗୀତାରେ କହିଛନ୍ତି ‘ନିବେର୍ରଃ ସର୍ବଭୂତେଷୁ’ ଅର୍ଥାତ୍‌ ସମସ୍ତଙ୍କ ପ୍ରତି ବୈରଭାବ ରଖ ନାହିଁ । ବୈରଭାବ ରଖିଲେ ପାପାଚାରୀ ହେବ ଏବଂ ନର୍କଗାମୀ ହେବ । ଯେଉଁମାନେ ପାପାଚାର କରନ୍ତି, ସେମାନଙ୍କୁ ବାରମ୍ବାର ଆସୁରୀ ଯୋନିରେ ଜନ୍ମ ନେବାକୁ ପଡ଼ିଥାଏ । ଏଣୁ ବୈରଭାବରୁ ଦୂରେଇ ରହିବା ଆଜିର ମଧ୍ୟ ଆଧ୍ୟାତ୍ମିକ ଆବଶ୍ୟକତା ।

ଯେଉଁ ବ୍ୟକ୍ତି କାହାରିଠାରେ ଶତ୍ରୁତା ମନୋଭାବ ପୋଷଣ କରେ ନାହିଁ, ସେ ହିଁ ପ୍ରକୃତ ଭକ୍ତ । ଧର୍ମରାଜ ଯୁଧିଷ୍ଠର ଥିଲେ ଏହାର ପ୍ରକୃଷ୍ଟ ଉଦାହରଣ । ଏଥିପାଇଁ ତ ଯୁଧିଷ୍ଠିରଙ୍କୁ ଅଜାତ ଶତ୍ରୁ ବୋଲି କୁହାଯାଉଥିଲା । ତାଙ୍କ ସହିତ କେହି ଶତ୍ରୁତା ପ୍ରଦର୍ଶନ କରିଲେ ମଧ୍ୟ ସେ ତା’ ପ୍ରତି ପ୍ରେମ ଭାବ ଦେଖାଇ ଥାଆନ୍ତି । ତାଙ୍କର କେହି ଅହିତ କରିଲେ ମଧ୍ୟ ତା’ର ହିତ ସାଧନ କରିବାକୁ ଧର୍ମରାଜ ଭୁଲନ୍ତି ନାହିଁ । ଯେଉଁ ଦେଶରେ ମହାରାଜ ଯୁଧିଷ୍ଠର ବାସ କରନ୍ତି, ସେଠାରେ ମହାମାରୀ ଆସେ ନାହିଁ, ଦୁର୍ଭିକ୍ଷ ପଡେ ନାହିଁ । ସମସ୍ତେ ସତ୍ୟବାଦୀ ହୁଅନ୍ତୁ । ଅଜାତ ଶତ୍ରୁ ଯୁଧିଷ୍ଠରଙ୍କର କେହି ବି ଶତ୍ରୁ ନଥିଲେ । ଏପରିକି ଦୁର୍ଯ୍ୟୋଧନ ପ୍ରତି ମଧ୍ୟ ତାଙ୍କ ମନରେ ବୈର ଭାବ ନ ଥିଲା । ଶତ୍ରୁ ମନୋଭାବ ନ ରହିଲେ ସହନଶକ୍ତି ବୃଦ୍ଧି ପାଇଥାଏ ।

photo-youtube

ଯେଉଁ ଦେଶରେ ମହାରାଜ ଯୁଧିଷ୍ଠର ବାସ କରନ୍ତି, ସେଠାରେ ମହାମାରୀ ଆସେ ନାହିଁ, ଦୁର୍ଭିକ୍ଷ ପଡେ ନାହିଁ । ସମସ୍ତେ ସତ୍ୟବାଦୀ ହୁଅନ୍ତୁ । ଅଜାତ ଶତ୍ରୁ ଯୁଧିଷ୍ଠରଙ୍କର କେହି ବି ଶତ୍ରୁ ନଥିଲେ । ଏପରିକି ଦୁର୍ଯ୍ୟୋଧନ ପ୍ରତି ମଧ୍ୟ ତାଙ୍କ ମନରେ ବୈର ଭାବ ନ ଥିଲା । ଶତ୍ରୁ ମନୋଭାବ ନ ରହିଲେ ସହନଶକ୍ତି ବୃଦ୍ଧି ପାଇଥାଏ । ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥିଲା, କୁରୁସଭାରେ, ସେତେବେଳେ ମହାରାଜା ଯୁଧିଷ୍ଠର ମୌନ ଥିଲେ । ସେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କୁ କ୍ଷମା ଦେଇଥିଲେ । ଏଇଥିପାଇଁ ତ ଆମେ ଆଜି ବି ଯୁଧିଷ୍ଠରଙ୍କ ନାମ ଶ୍ରଦ୍ଧାର ସହିତ ଉଚ୍ଚାରଣ କରୁଛୁ, ଆଉ ଦୁର୍ଯ୍ୟୋଧନ , ଦୁଃଶାସନର ନାମ ନେବା ବେଳେ ମନରେ ସ୍ୱତଃ ଘୃଣାଭାବ ଆସିଯାଉଛି ।

ସମ୍ବନ୍ଧିତ ଖବର