ଆପଣ ନିଦରେ ଏପରି ସବୁ ସ୍ୱପ୍ନ ଦେଖୁଛନ୍ତି କି? ବାସ୍ତବ ଜୀବନରେ ଏମିତି ପରିସ୍ଥିତିରେ ଗତି କରୁଛନ୍ତି ବୋଲି ମିଳିଥାଏ ସୂଚନା

କେବେ କେଉଁ ବ୍ୟକ୍ତି କେମିତିକା ସ୍ୱପ୍ନ ଦେଖିବ ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବେଳେ ବେଳେ ଆମେ ଅତିରିକ୍ତ ଭଲପାଉଥିବା, ଅତିରିକ୍ତ ଘୃଣା କରୁଥିବା, ପାଗଳ ପରି ଚାହୁଁଥିବା, ଦିନରେ ଯେଉଁ ବିଷୟରେ ଆଲୋଚନା କରିଥିବା ବା ଭାବିଥିବା ସେସବୁ ରାତିରେ ସ୍ୱପ୍ନ ହୋଇ ଆସନ୍ତି। ମୋଟାମୋଟୀ କହିବାକୁ ଗଲେ, ମସ୍ତିଷ୍କ ଉପରେ ଚାପ ପକାଉଥିବା କୌଣସି ବିଷୟ ସ୍ୱପ୍ନ ପାଲଟିଯାଆନ୍ତି। ମାତ୍ର ସ୍ୱପ୍ନକୁ ନେଇ ଗବେଷକମାନେ ଭିନ୍ନ ମତ ରଖିଛନ୍ତି। ଗବେଷକଙ୍କ କହିବା କଥା ହେଲା ସ୍ୱପ୍ନ ବ୍ୟକ୍ତିର ମାନସିକ ଅବସ୍ଥାର ପ୍ରମାଣ ଦେଇଥାଏ। ତେବେ ଚଲନ୍ତୁ ଜାଣିବା କେଉଁ ପରି ସ୍ୱପ୍ନ ଦେଖିଲେ ତାହାର ଅର୍ଥ କ’ଣ ହୋଇଥାଏ।

: ଯଦି ଆପଣ ସ୍ୱପ୍ନ ନିଜକୁ ଏକୁଟିଆ ପାଉଛନ୍ତି ବା ଏକଲା ଅନୁଭବ କରୁଛନ୍ତି ତେବେ ବାସ୍ତବ ଜୀବନରେ ଆପଣଙ୍କୁ କେହି ପରିତ୍ୟାଗ କରିଛନ୍ତି। ଆପଣଙ୍କ ଭିତରେ ଏପରି ଭାବନା ଠୁଳ ବାନ୍ଧି ରହିଛି ଯେ ଆପଣଙ୍କୁ କେହି ବୁଝିପାରୁ ନାହାନ୍ତି।

: ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି କି ଆପଣ ନିଜକୁ କଷ୍ଠ ଦେବା ପାଇଁ ନିଜର କିଛି ପ୍ରିୟ ଦ୍ରବ୍ୟ କିମ୍ବା କେହି ପ୍ରିୟ ଲୋକକୁ ତ୍ୟାଗ କରୁଛନ୍ତି ତେବେ ବାସ୍ତବ ଜୀବନରେ ଆପଣଙ୍କୁ ଏପରି ଲାଗୁଛି ଯେ ଅନ୍ୟ କେହି ଆପଣଙ୍କ ସାମର୍ଥ୍ୟ ଓ ଦକ୍ଷତାକୁ ଚିହ୍ନିପାରୁନାହାନ୍ତି।

: ଯଦି କୌଣସି ପରିସ୍ଥିତିରେ ଆପଣ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବାର ସ୍ୱପ୍ନ ଦେଖୁଛନ୍ତି ତ ତେବେ ଆପଣ ବାସ୍ତବ ଜୀବନରେ କାହାର ସମାଲୋଚନାର ପାତ୍ର ହୋଇ ତାହାକୁ ଗଭୀର ଭାବେ ଚିନ୍ତା କରୁଛନ୍ତି। ଅନ୍ୟର ସମାଲୋଚନାରେ ଖୁବ୍‌ ପ୍ରଭାବିତ ହୋଇଛନ୍ତି।

: ଯଦି ଆପଣ ନିଜର କ୍ଷତି ପହଞ୍ଚାଇବା ପରି କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ କାହାର ଧ୍ୟାନ ନିଜ ଆଡ଼େ କରିବାକୁ ଚାହାନ୍ତି। କାହାର ସାହାଯ୍ୟ ଲୋଡୁଛନ୍ତି। ବାସ୍ତବ ଜୀବନରେ ପାଉଥିବା ଯନ୍ତ୍ରଣାରୁ ନିଜକୁ ମୁକ୍ତ କରିବାକୁ ଚାହାନ୍ତି। ଯଦି ଆପଣଙ୍କ ଜୀବନରେ କିଛି ଦୁର୍ବଳ ସଂପର୍କ ରହିଛି ତ ଆପଣ ସେଥିରୁ ନିଜକୁ ମୁକୁଳେଇବାକୁ ଚାହାନ୍ତି।

: କେତେକ ସମୟରେ ଆପଣ ନିଜର ଦକ୍ଷତା ହିସାବରେ ସ୍ୱପ୍ନ ଦେଖିପାରନ୍ତି। ଏମିତି କିଛି ସ୍ୱପ୍ନ ଆସେ ଯାହା ସୂଚିତ କରିଥାଏ ଯେ ଆପଣ ଏପରି କାର୍ଯ୍ୟ କରିବା ପାଇଁ ସମର୍ଥ।

ସମ୍ବନ୍ଧିତ ଖବର