ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ପିଅନ୍ତୁ ‘ଅସରପା କ୍ଷୀର’

ସୋୟା ଏବଂ ଓଟସ୍‌ କ୍ଷୀର ଠାରୁ ଅସରପା କ୍ଷୀର ଢେର୍‌ ପୁଷ୍ଟିକର। ଅନେକେ ହୁଏ ତ କହିବେ, ଅସରପା ପରି କୀଟ କେବେଠୁ କ୍ଷୀର ଦେଲେଣି? କିନ୍ତୁ, ନୂତନ ବୈଜ୍ଞାନିକ ଗବେଷଣାନୁସାରେ ଏହା ସତ୍ୟ। ‘ପେସିଫିକ୍‌ ବିଟ୍‌ଲ୍‌ କକ୍‌ରୋଚ୍‌’ ପେଟରେ ଥାଏ ପୋଷକ ତତ୍ତ୍ୱରେ ଭରପୂର କ୍ଷୀର ସ୍ଫଟିକ। ଏହା ଛୁଆ ଅସରପାଙ୍କ ଖାଦ୍ୟ ହୋଇଥିଲେ ବି, ମଣିଷ ପାଇଁ ଉପକାରୀ ହୋଇ ପାରିବ।

‘ଇଣ୍ଟର୍‌ନେସ୍‌ନାଲ୍‌ ୟୁନିୟନ୍‌ ଅଫ୍‌ କ୍ରିଷ୍ଟାଲୋଗ୍ରାଫି’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଅସରପା କ୍ଷୀର ପୋଷଣର ଗନ୍ତାଘର। ଏହା ଗାଈକ୍ଷୀର ଠାରୁ ୪ ଗୁଣ, ମଇଁଷି କ୍ଷୀର ଠାରୁ ୩ ଗୁଣ ଅଧିକ ପୁଷ୍ଟିସାରଯୁକ୍ତ। ଜୀବକୋଷର ବୃଦ୍ଧି ପାଇଁ ଅତ୍ୟାବଶ୍ୟକ ଆମିନୋଏସିଡ୍‌ ମଧୃ ଏଥିରେ ରହିଛି। ଶରୀରକୁ ସୁସ୍ଥ ରଖିବା ପାଇଁ ଲିପିଡ୍‌ ଏବଂ ଶକ୍ତି ଦହନ ପାଇଁ ସୁଗାର୍‌ ମଧ୍ୟ ଏଥିରେ ରହିଛି।

ପ୍ରୋଟିନ୍‌, ଚର୍ବି ଓ ସୁଗାର ଥିବାରୁ ଉକ୍ତ ସ୍ଫଟିକ ସବୁ ପୂର୍ଣ୍ଣାଙ୍ଗ ଖାଦ୍ୟ ଅଟେ। କିନ୍ତୁ ଅସରପା ଠାରୁ କ୍ଷୀର ଦୁହିଁ ବଡ଼ ଦୂରୁହ ବ୍ୟାପାର। ତେଣୁ କେତେକ କହନ୍ତି ଭବିଷ୍ୟତରେ ଏହା କ୍ୟାପ୍‌ସୁଲ୍‌ ଭାବେ ମିଳିବ। କିନ୍ତୁ ଗୋଟିଏ ବଟିକା କରିବାକୁ ବୋଧହୁଏ ୧୦୦ ଅସରପା ଆବଶ୍ୟକ ହେବ।
ଏହି ସ୍ୱାସ୍ଥ୍ୟପ୍ରଦ କ୍ଷୀରର ଥିବା ପୋଷକତତ୍ତ୍ୱ ଏବଂ ହର୍‌ମୋନ୍‌ ବୃଦ୍ଧିର ସ୍ତର ଅଜଣା ଅଛି ସତ, କିନ୍ତୁ ହର୍‌ମୋନ୍‌ ବୃଦ୍ଧି କରାଇ ଏହା କେତେକ ବ୍ୟକ୍ତିଙ୍କ ଠାରେ ମୁଖବ୍ରଣ ଆଦିକୁ ବିଶେଷ ସଂକ୍ରମଣ କରାଇ ଦେଉଛି।

ଏଥିରେ ଅଧିକ ପରିମାଣରେ ଶର୍କରା ଥିବାରୁ ଏହା ଚର୍ମ ଓ ସୌନ୍ଦର୍ଯ୍ୟ ପାଇଁ ଅନୁକୂଳ ନୁହେଁ। କିନ୍ତୁ ଏଥିରେ ଥିବା ପୁଷ୍ଟିସାର ଏବଂ ଚର୍ବି କେଶ ଓ ନଖ ପାଇଁ ଉତ୍ତମ।

ସମ୍ବନ୍ଧିତ ଖବର