ମଦ ପିଇଲେ ଏମିତି ହୋଇଥାଏ ଲିଭର୍‌ର ଅବସ୍ଥା, ପ୍ରମାଣ ସହ ଭିଡିଓ ଦେଖାଇଲେ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତର କେତେବେଳେ ବି ରୋଗୀଙ୍କୁ ଭୁଲ ପରାମର୍ଶ ଦେଇ ନଥାଆନ୍ତି। କେତେକ ଡାକ୍ତର ତ ଉଦାହରଣ ଦେଇ ଲୋକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ଥାଆନ୍ତି କି ସେମାନଙ୍କ ପାଇଁ କ’ଣ ଠିକ୍‌ ଓ କ’ଣ ଭୁଲ ହୋଇଥାଏ। ଏଇ କିଛିଦିନ ହେବ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତର ଏକ ମଦ ପିଉଥିବା ବ୍ୟକ୍ତିଙ୍କ ଲିଭର ଦେଖାଉଛନ୍ତି। ଯାହାଙ୍କ ମୃତ୍ୟୁ ମଦ ପିଇବା ହେତୁ ହୋଇଥିଲା। ଏଥିରେ କୁହାଯାଉଛି କି, ମଦ ମଣିଷର ଲିଭରକୁ କେତେ ଖରାପ କରିପାରେ ।

ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ପଟେ ଚକ୍କଣ ଓ ଲାଲରଙ୍ଗର ଲିଭର ଥିବା ବେଳେ ଅନ୍ୟପଟେ ଖଦଡ଼ ଓ ସେଥିରେ କଳା ରଙ୍ଗର ଦାଗ ଥିବାର ଲିଭର ଅଛି। ଏହି ଲିଭରଟି ମଦ ପିଇବା କାରଣରୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ମଦ ପିଇବା କାରଣରୁ ଲିଭରରେ କିରୋସିସ୍‌ ନାମ ରୋଗ ହୋଇଥାଏ। ଯେଉଁଥି ପାଇଁ ମଣିଷର ମୃତ୍ୟୁ ହୋଇଥାଏ।

ଡାକ୍ତର ପିଂସକିଙ୍କ କହିବନୁସାରେ, ଲିଭର୍‌ ଫେଲ ହୋଇଗଲେ, ମଣିଷକୁ ରକ୍ତ ବାନ୍ତି ହୋଇଥାଏ। କେହି କିଛି ବୁଝିବା ପୂର୍ବରୁ ଖୁବ୍‌ ଅଳ୍ପ ସମୟ ମଧରେ ଉକ୍ତ ମଣିଷର ମୃତ୍ୟୁ ହୋଇଯାଇଥାଏ।

ସମ୍ବନ୍ଧିତ ଖବର