ଦ୍ରୌପଦୀଙ୍କ ଏହି ଅଭିଶାପ ଆଜି ବି ଭୋଗୁଛି କୁକୁର ଜାତି! ଯେଉଁଥିପାଇଁ ସର୍ବସାଧାରଣରେ ଏମାନେ ସମ୍ପାଦନ କରିଥାନ୍ତି ଏହି ଗୁପ୍ତ କ୍ରିୟା

ମହାଭାରତର ଦ୍ରୌପଦୀଙ୍କ କାହାଣୀ ତ ଆପଣ ଜାଣିଥିବେ ନିଶ୍ଚୟ। ମାଆ କୁନ୍ତୀଙ୍କ ଅଦେଶରେ ପାଣ୍ଡବ ପାଞ୍ଚ ଭାଇ ଯାହାଙ୍କୁ ପତ୍ନୀ ରୂପେ ବରଣ କରିଥିଲେ ସେ ହିଁ ହେଉଛନ୍ତି ଦୌପଦୀ, ପାଞ୍ଚାଳୀ ବା ଯାଜ୍ଞସେନୀ। ତାଙ୍କ ବିଷୟରେ ଏକ ରୋଚକ କାହାଣୀ ରହିଛି। ଅବଶ୍ୟ ଏହି କାହାଣୀଟି ମହାଭାରତ କିମ୍ବା କୌଣସି ପୁରାଣ ଶାସ୍ତ୍ରରେ ଏଯାବତ୍‌ ଦେଖିବାକୁ ମିଳିନାହିଁ। ପ୍ରାଚୀନ କାଳରୁ ଦ୍ରୌପଦୀ ଓ କୁକୁରଙ୍କୁ ନେଇ ଯେଉଁ ଲୋକକଥାଟି ରହିଛି ସେ ସଂପର୍କରେ ଆଜି ଆମେ ଜଣାଇବୁ।

ପାଞ୍ଚ ପତି ବରଣ କରିବା ପରେ ଦ୍ରୌପଦୀ କିଛିଟା ନିର୍ଦ୍ଦିଷ୍ଟ ନିୟମ କରିଥିଲେ। ସେହି ନୟମଗୁଡ଼ିକ ମଧ୍ୟରୁ ଏକ ନିୟମ ରହିଥିଲା କି ଯେଉଁ ସମୟରେ ଦ୍ରୌପଦୀଙ୍କ କକ୍ଷରେ ପାଣ୍ଡବଙ୍କ ମଧ୍ୟରୁ ଜଣେ କିଏ ଉପସ୍ଥିତ ଥିବେ ସେ ସମୟରେ ଆଉ ୪ ଭାଇଙ୍କୁ କକ୍ଷ ପ୍ରବେଶ ନିଷେଧ। କକ୍ଷରେ କିଏ ଅଛନ୍ତି କି ନାହିଁ ସୂଚୀତ କରାଇବା ପାଇଁ ୫ ଭାଇଙ୍କ ମଧ୍ୟରୁ ଯିଏ ଭିତରକୁ ଯିବେ ତାଙ୍କର କଠଉକୁ ଦୁଆର ବାହାରେ ରଖିଯିବେ ବୋଲି କଥା ହୋଇଥିଲା। ଫଳରେ କଠଉ ଦେଖି ଅନ୍ୟମାନେ ସୂଚନା ପାଇବେ ଯେ ଦ୍ରୌପଦୀଙ୍କ କକ୍ଷରେ କେହି ଜଣେ ପୂର୍ବରୁ ଉପସ୍ଥିତ।

ଦିନେ ଯୁଧିଷ୍ଠିର ଦୌପଦୀଙ୍କ କକ୍ଷ ବାହାରେ ନିଜ କଠଉ ରଖି କକ୍ଷ ଭିତରକୁ ଯାଇଥାନ୍ତି। ସେହି କଠଉକୁ ଏକ କୁକୁରଟି ଦାନ୍ତରେ କାମୁଡ଼ି ବାହାରକୁ ନେଇଗଲା। ସେହି ସମୟରେ ଭୀମ ଆସିଲେ। ଦୁଆରେ କୌଣସି କଠଉ ଦେଖିବାକୁ ନପାଇ ଭୀମ ନିଶ୍ଚିତ ହୋଇ କକ୍ଷ ଭିତରକୁ ପ୍ରବେଶ କଲେ। ମାତ୍ର ଦୁର୍ଭାଗ୍ୟକୁ ସେହି ସମୟରେ ଧର୍ମରାଜ ଯୁଧିଷ୍ଠିରଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥାଆନ୍ତି ପାଞ୍ଚାଳୀ। ସେ ଲାଜରେ ଝାଉଁଳି ପଡ଼ିଲେ। ପରେ ଜାଣିବାକୁ ମିଳିଲା ଯେ କୁକୁର ପାଇଁ ହିଁ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ଲାଜ ଏବଂ କ୍ରୋଧ ଜର୍ଜରିତ ଦୌପଦୀ ସେହି କ୍ଷଣି ସମଗ୍ର କୁକୁର ଜାତିକୁ ଏକ ଅଭିଶାପ ଦେଇଥିଲେ। ଯାହାକି ଆଜି ବି କୁକୁର ଜାତି ଭୋଗୁଛନ୍ତି। ଦ୍ରୌପଦୀଙ୍କ ଅଭିଶାପ ଥିଲା ‘ଯେଉଁ କୁକୁର ପାଇଁ ମୁଁ ମୋର ଅନ୍ତରଙ୍ଗ ମୁହୂର୍ତ୍ତର ଗୋପନୀୟତା ହରାଇ ବସିଲି ସେହି ସମଗ୍ର କୁକୁର ଜାତିଙ୍କୁ ମୋର ଅଭିଶାପ ସେମାନଙ୍କର ବି ଏ ନେଇ କୌଣସି ଗୋପନୀୟତା ରହିବ ନାହିଁ। ସେମାନେ ପ୍ରଜନନ କ୍ରିୟା ସମୟରେ ଲୋକଲାଜ ଭୟ ରଖିବେ ନାହିଁ କି ସ୍ଥାନ-କାଳ-ପାତ୍ର ମାନିବେ ନାହିଁ।’

ସମ୍ବନ୍ଧିତ ଖବର