ନଷ୍ଟ ଗଳିରେ ଜନ୍ମ ନେଇ ନିଜ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀର କରୁଣ କାହାଣୀ…

ମୁମ୍ବାଇ: ସମାଜରେ ଲୋକମାନଙ୍କ ଧାରଣା ଥାଏ ଯେ ଜଣେ ଦେହଜୀବୀର ଝିଅ ଦେହଜୀବୀ ହିଁ ହୋଇଥାଏ। କିନ୍ତୁ ଦେଶର ସବୁ ବଡ଼ ରେଡ ଲାଇଟ୍‌ ଏରିଆ ମୁମ୍ବାଇର କମାଥିପୁରାରେ ଜନ୍ମ ନେଇ, ସେଠାରେ ଖେଳି ବୁଲି ବଡ଼ ହୋଇଥିବା ୨୩ବର୍ଷୀୟ ବର୍ଷାୟା (ଛଦ୍ମନାମ) ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛି। ବର୍ଷା ଏବେ ଅତିତ କଥା ଭୁଲି ଯାଇ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଝାଳ ବୁହା ପରିଶ୍ରମ କରି ଚାଲିଛି।

ମୁମ୍ବାଇର କମାଥିପୁରାରୁ ନେଇ ଆମେରିକା ଯାତ୍ରା ଓ ନିଜର ସ୍ୱପ୍ନ ସାକାର କରିବା ପ୍ରସଙ୍ଗରେ ବର୍ଷା କହନ୍ତି, ‘ମୋର ଆଈ ଯେତେବେଳେ ଗର୍ଭବତୀ ଥିଲେ ମୋର ଅଜା ତାଙ୍କୁ କମାଥିପୁରା ନେଇ ଆସିଥିଲେ। ମୋର ମାଆଙ୍କୁ ଅଜା ପାଠ ପଢ଼ିବାକୁ ଦିଅନ୍ତି ନାହିଁ। ମାଆଙ୍କୁ ୧୩ବର୍ଷ ହେଲା ବେଳେକୁ ତାଙ୍କୁ ଜଣେ ଯୁବକ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। ମାଆଙ୍କୁ ୧୪ବର୍ଷ ହୋଇଥିବା ବେଳେ ମୁଁ ଅପରିପକ୍ୱ କନ୍ୟା ଭାବେ ଜନ୍ମ ନେଇଥିଲି। ଏହା ପରେ ମୋର ବାପା ଆମକୁ ଛାଡ଼ି ଚାଲି ଯାଇଥିଲେ। ମୋର ଲାଳନ ପାଳନ ପାଇଁ ମା’ ବାରରେ ନୃତ୍ୟ କରିବା ଆରମ୍ଭ କରିଦେଇଥିଲେ। କିଛିଦିନ ପରେ ମାଆ ଦ୍ୱିତୀୟଥର ବିବାହ କଲେ। ମା’ ସାବତ ବାପାଙ୍କୁ ଖୁବ୍‌ ଭଲ ପାଉଥିଲେ। ଦୁହେଁ ମିଶି ମୋର ଚତୁର୍ଥ ଶ୍ରେଣୀରୁ ପାଠପଢ଼ା ଛଡ଼ାଇ ଦେଲେ ଓ ଗୋଆର ଏକ ହଷ୍ଟେଲରେ ଭର୍ତ୍ତି କରିଦେଲେ। ଯେତେବେଳେ ମୋର ଛୁଟି ହୁଏ ସାବତ ବାପା ଆସି ମୋତେ ନେଇ ଯାଆନ୍ତି। ସାତବର୍ଷ ବୟରେ ସାବତା ବାପା ଦ୍ୱାରା ମୁଁ ଅନେକ ଥର ଦୁଷ୍କର୍ମର ଶିକାର ହୋଇଛି। ତେବେ ଏ ସମ୍ପର୍କରେ ମୁଁ ମା’ଙ୍କୁ କହିବାରୁ ସେ କହନ୍ତି ଏହା ବାପାଙ୍କ ସ୍ନେହ। ମୋତେ କିନ୍ତୁ ଲାଗୁଥିଲା କି ମୋ ସହିତ କିଛି ଭୁଲ ହେଉଛି। ଏହାପରଠାରୁ ମୁଁ ବାପାଙ୍କ ଠାରୁ ନିଜକୁ ଦୂରେ ରଖିଥିଲି।

ମୋତେ ୧୨ବର୍ଷ ହୋଲା ବେଳକୁ ସାବତ ପିତା ଆମକୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଦେଲେ। ଏହି ଦୁଃଖରେ ମା’ ଚାକିରି ଛାଡ଼ି ନିଶାରେ ବୁଡି ରହିଲେ। ମୋତେ ଘରୁ ବହାର କରି ଦେଲେ। ପଡୋଶି ଘରେ କିଛି ଦିନ ପାଇଁ ରହିଥିଲି। ସେମାନେ ବି ମୋତେ ମାଡ ମାରିବା ସହିତ ମୋ ହାତରେ ଘରର ସବୁ କାମ କରାଉଥିଲେ। ’

କିଛିଦିନ ପରେ ଏକ କ୍ରାନ୍ତି ନାମ ଏନ୍‌ଜିଓ ସହିତ ବର୍ଷାଙ୍କ ଭେଟ ହୋଇଥିଲା। ଏହି ସଂସ୍ଥା ଦେହଜୀବୀମାନଙ୍କ ପିଲାଙ୍କ ପାଇଁ କାମ କରି ଥାଏ। ବର୍ଷା ଛୋଟ ଥିଲା ବେଳେ ଗଣପତି ବାବାଙ୍କ ବିସର୍ଜନ ସମୟରେ ଲୋକମାନେ ଡ୍ରମ ବଜାଇବା ସେ ଦେଖୁଥିଲେ। ତାଙ୍କୁ ତାହା ଖୁବ୍‌ ଆକର୍ଷିତ କରିଥିଲା। ଏହା ପରେ ତାଙ୍କର ଡ୍ରମ ବଜାଇବା ପ୍ରତି ଦୁର୍ବଳତା ଆସଥିିଲା। ଏନ୍‌ଜିଓ ସାହାଯ୍ୟରେ ସେ ଡ୍ରମ କ୍ଲାସ୍‌ରେ ଯୋଗଦେଇଥିଲେ ଓ ଏହାକୁ କ୍ୟାରିୟର ବନାଇବେ ବୋଲି ସ୍ଥିର କଲେ। ଏହି କୋର୍ସ କରିବା ପାଇଁ ତାଙ୍କୁ ସ୍କଲାରସିପ୍‌ ବି ମିଳିଥିଲା। ସେ ଆମେରିକା ଯାଇ ଡ୍ରମ ବଜାଇବା ପ୍ରଶିକ୍ଷଣ ନେଇ ଆସିଥିଲେ। ସେ ବ୍ରିଟେନ୍‌ରେ ନିଜ ଡ୍ରମ ବଜାଇବରେ କଳାକୁ ପ୍ରଦର୍ଶନ କରିସାରିଛନ୍ତି। ଆଜି ସେ ଏନ୍‌ଜିଓରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଏବେ ବର୍ଷା ତାଙ୍କ ଭାଇକୁ ବି ପାଠ ପଢ଼ାଇବା ପାଇଁ ସ୍କୁଲରେ ନାମ ଲେଖାଇଛନ୍ତି, ମା’ଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ବର୍ଷା।

ସମ୍ବନ୍ଧିତ ଖବର