ଏହି ୮ଟି ୱେବ୍‌ସାଇଟ୍‌କୁ ନିଶ୍ଚୟ ଖୋଲନ୍ତୁ, ପାଇପାରିବେ ସମସ୍ତ ଜିନିଷର ସମାଧାନ

ଇଣ୍ଟର୍‌ନେଟ୍‌ରେ ଶହ ଶହ କୋଟି ୱେବ୍‌ସାଇଟ୍‌ସ ରହିଥିବାବେଳେ ପ୍ରତିଦିନ ମଧ୍ୟ ବଢ଼ିଚାଲିଛି ବହୁ ସଂଖ୍ୟାରେ। ଯେତିକି ୱେବ୍‌ସାଇଟ୍‌ସ ଥିଲେ ମଧ୍ୟ ଦର୍ଶାଯାଇଥିବା ଏହି ୮ଟି ୟୁନିକ୍‌ ୱେବ୍‌ସାଇଟ୍‌ସକୁ ଆପଣ ନିଶ୍ଚୟ ଥରେ ଖୋଲି ଦେଖିବା ଉଚିତ୍‌।

 

 

Mailinator.com: ମେଲ୍‌ଆଇନାଟୋର୍‌ ଡଟ୍‌ କମ୍‌
ମେଲ୍‌ଆଇନାଟୋର୍‌ ଆପଣଙ୍କୁ ବିନା ମୂଲ୍ୟରେ ସେବା ଯୋଗାଇଥାଏ। ଏହି ୱେବ୍‌ସାଇଟ୍‌ ଆପଣଙ୍କୁ ଫ୍ରି ଇ-ମେଲ୍‌ ଏଡ୍ରେସ୍‌ ଯୋଗାଇଦିଏ ଯାହା କିଛି ଘଣ୍ଟା ସମୟ ପରେ ସ୍ୱତଃ ନଷ୍ଟ ହୋଇଯାଏ।

 

PrivNote.com: ପ୍ରିଭ୍‌ନୋଟ୍‌ ଡଟ୍‌ କମ୍‌
ବେଳେବେଳେ ଆପଣଙ୍କୁ ନିଜର ପ୍ରାଇଭେଟ୍‌ ଇନ୍‌ଫର୍‌ମେଶନ୍‌ କାହା ସହ ସେୟାର୍‌ କରିବା ପାଇଁ ପଡ଼ିଥାଏ, ଯେମିତି କି ଏଟିଏମ୍‌ ପିନ୍‌, ବ୍ୟାଙ୍କ୍‌ ପାସ୍‌ଓ୍ଵାର୍ଡ୍‌ ଆଦି ଏସ୍‌ମ୍‌ଏସ୍‌, ପ୍ରାଇଭେଟ୍‌ ନୋଟ୍‌ କିମ୍ବା ଅନ୍ୟନ୍ୟ ମାଧ୍ୟମରେ ହେଉ। ପ୍ରାଇଭେଟ୍‌ ନୋଟ୍‌ ମାଧ୍ୟମରେ ଆପଣ ଯଦି ପଠେଇବେ ନିଜ ହିସାବରେ ଯେତେବେଳେ ଚାହିଁଲେ ଏହାକୁ ନିଜେ ମଧ୍ୟ ଡିଲିଟ୍‌ ବା ନଷ୍ଟ କରିପାରିବେ ଯଦି ଚାହିଁଲେ ଆଗରୁ ନଷ୍ଟ କରିବା ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟ ସେଟ୍‌ କରିପାରିବେ (୧ ଘଣ୍ଟା, ୨୪ ଘଣ୍ଟା ବା ୭ ଦିନ, ୩୦ ଦିନ ଯେତେ ସମୟ ଚାହିଁବେ)।

 

Disposablewebpage.com: ଡିସ୍‌ପୋସେବଲ୍‌େଓ୍ଵବ୍‌ପେଜ୍‌ ଡଟ୍‌ କମ୍‌
ଏହି ୱେବ୍‌ସାଇଟ୍‌ ଦ୍ୱାରା ଆପଣ ନିଜର ଜନ୍ମଦିନ ଇନ୍‌ଭିଟେସନ୍‌, ଫ୍ୟାମିଲି ଟ୍ରିପ୍‌, ଫଟୋ, ଭିଡିଓ ଓ ଅନ୍ୟାନ୍ୟ ଭେକେସନ୍‌ ଆଦି ପାଇଁ ଟେମ୍ପୋରାରୀ ୱେବ୍‌ପେଜ୍‌ ଡିଜାଇନ୍‌ କରିପାରିବେ, ଯାହା ୯୦ ଦିନ ପରେ ନିଜସ୍ୱ ଭାବରେ ଡିଲିଟ୍‌ ହୋଇଯିବ। ଏଥିପାଇଁ ଆପଣଙ୍କୁ କୌଣସି କୋଡ୍‌ ବା ଡିଜାଇନ୍‌ ସିଖିଥିବାର ଆବଶ୍ୟକତା ପଡ଼ିବ ନାହିଁ।

 

SimplyNoise & ASoftMurmur: ସିମ୍ଲିନୋଇଜ୍‌ ଆଣ୍ଡ୍‌ ଏ ସଫ୍ଟ ମୁର୍‌ମୁର୍‌
ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଆପଣ ବିଭିନ୍ନ ପ୍ରକାରର ସାଉଣ୍ଡ୍‌ ଶୁଣି ପାରିବେ ଯେମିତି କି, ବର୍ଷା, ପବନ, ପକ୍ଷୀ, କଫି ଦୋକାନ ଆଦି ଓ ଚାହିଁଲେ ସୋଇବା ପାଇଁ ସମୟ ନିର୍ଦ୍ଧାରିତ କରିପାରିବେ। ଏହି ସବୁ ଜିନିଷ ଉଭୟ ଦୁଇଟି ୱେବ୍‌ସାଇଟ୍‌ସରେ ପାଇପାରିବା ସହ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ଆପ୍‌ରେ ମଧ୍ୟ ଉପଲବ୍ଧ ଅଛି।

 

ManuaIsLib.com: ମାନୁଆଲ୍‌ସ ଲିଭ୍‌ ଡଟ୍‌ କମ୍‌
ଆପଣ କୌଣସି ବି ଡିଭାଇସ୍‌ କିଣିଲେ ବେଳେବେଳ ସେଠାରେ ମାନୁଆଲ୍‌ ନଥାଏ ବା ଆପଣ ହଜେଇ ଦିଅନ୍ତି କିମ୍ବା ନଷ୍ଟ ବି ହୋଇଯାଏ। ଏମିତିରେ ଏହି ୱେବ୍‌ସାଇଟ୍‌ ମାଧ୍ୟମରୁ ଆପଣ କୌଣସି ବି ଡିଭାଇସ୍‌ର ମାନୂଆଲ୍‌ ବାହାର କରି ପାରିବେ।

 

Newsmap.jp: ନିଉଜ୍‌ମ୍ୟାପ୍‌ ଡଟ୍‌ ଜେପି
ଯଦି ଆପଣ ଦୁନିଆର ସମସ୍ତ ଖବର ଏକ ସିଙ୍ଗିଲ୍‌ ୱେବ୍‌ସାଇଟ୍‌ ବା ଗୋଟିଏ ପେଜ୍‌ରେ ଦେଖିବା ପାଇଁ ଚାହୁଁଛନ୍ତି ତା’ହେଲେ ଏହି ୱେବ୍‌ସାଇଟ୍‌ ନିଶ୍ଚୟ ଖୋଲିବା ଦରକାର। ଏଥିରେ ଆପଣ ସମସ୍ତ କ୍ୟାଟାଗୋରି ତଥା ଖେଳ, ବାଣିଜ୍ୟ, ରାଜନିତି ଓ ଟେକ୍‌ନୋଲୋଜି ଆଦି ପାଇପାରିବେ ଓ ସିଲେକ୍ଟ୍‌ କରି ଏକ ସ୍ୱତନ୍ତ୍ର ନୂଆ ଟ୍ୟାବ୍‌ରେ ଖୋଲିପାରିବେ।

 

AccountKiller.com: ଆକାଉଣ୍ଟ୍‌ କିଲର୍‌ ଡଟ୍‌ କମ୍‌
ବର୍ତ୍ତମାନ ବହୁତ ସୋସିଆଲ୍‌ ମିଡିଆ ୱେବ୍‌ସାଇଟ୍‌ସ ଗୁଡ଼ାକ ଯଦି ଆପଣଙ୍କ ଆକାଉଣ୍ଟ୍‌ରେ କିଛି ସମସ୍ୟା ଦେଖାଦେଲେ ବନ୍ଦ କରିଦିଏ। ସେହିପରି କେଉଁ ୱେବ୍‌ସାଇଟ୍‌ କେତେ ପରିମାଣରେ ଆପଣଙ୍କ ଆକାଉଣ୍ଟ୍‌କୁ ବନ୍ଦ କରେ ଏହି ୱେବ୍‌ସାଇଟ୍‌ ମାଧ୍ୟମରୁ ଦେଖିପାରିବେ।

 

TwoFoods.com: ଟୁ ଫୁଡ୍ସ୍‌ ଡଟ୍‌ କମ୍‌
ଯେଉଁ ବ୍ୟକ୍ତିମାନେ ନିଜ ସ୍ୱାସ୍ଥ ପ୍ରତି ବହୁତ ଧ୍ୟନ ଦିଅନ୍ତି କ’ଣ ଖାଇବା କଥା କ’ଣ ନ ଖାଇବା କଥା ଏ ବିଷୟରେ ଚିନ୍ତା କରନ୍ତି ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ ବିବରଣୀ କୌଣସି ବି ପରିବା ବା ଫଳକୁ ଅନ୍ୟ ସହ ତୁଳନା କରି କେଉଁଥିରେ କ’ଣ ଭିଟାମିନ୍‌, କେଲୋରି ଆଦି ସମସ୍ତ ବିଷୟରେ ଜାଣିପାରିବେ।

 

ସମ୍ବନ୍ଧିତ ଖବର