ରେଳ ଧାରଣା ପାର କରୁଥିବା ସମୟରେ ବୃଦ୍ଧଙ୍କ ଉପର ଦେଇ ଚାଲିଗଲା ୩୦ଟି ବଗି ଥିବା ମାଲଗାଡ଼ି, ତା’ପରେ କ’ଣ ହେଲା ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କେ କରି ପାରିବ ବଳବନ୍ତ’ ବୋଲି କଥାରେ ରହିଛି। ଏମିତି ଏକ ଘଟଣା ନିକଟରେ କର୍ଣ୍ଣାଟକର ବାଗଲକୋର୍ଟ ରେଲେଓ୍ଵ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ଚାଷୀ ରେଳ ଧାରଣା ପାର କରୁଥିବା ସମୟରେ ହଠାତ ଏକ ମାଲଗାଡ଼ି ଟ୍ରେନ୍‌ ଧାରଣରେ ଚାଲି ଆସିଥିଲା। ଏହା ପରେ ବୃଦ୍ଧ ଜଣକ କ’ଣ କରିଥିଲେ ଭିଡିଓ ଦେଖନ୍ତୁ।

ସୂଚନାଯୋଗ୍ୟ, ଏହି ଚାଷୀଙ୍କୁ କମ୍‌ ଶୁଣାଯାଇଥାଏ। ଯେଉଁ କାରଣରୁ ରେଳଧାରଣାରେ ଆସୁଥିବା ମାଲଗାଡ଼ିର ଶବ୍ଦ ସେ ଶୁଣି ପାରି ନଥିଲେ। ଯେମିତି ହିଁ ଚାଷୀ ତାଙ୍କ ସାମ୍ନାରେ ମାଲଗାଡ଼ିକୁ ଦେଖିଥିଲେ ସେ ଉପସ୍ଥିତ ବୁଦ୍ଧି ଖଟାଇ ରେଳଧାରଣାରେ ଶୋଇ ପଡ଼ିଥିଲେ। ତାଙ୍କ ଉପରେ ପାଖାପାଖି ୩୦ଟି ମାଲଗାଡ଼ିର ବଗି ଚାଲି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ରହି ଯାଇଥିଲେ। ସୌଭାଗ୍ୟବଶତଃ ଏହି ବୃଦ୍ଧ ଚାଷୀଙ୍କୁ ସାମାନ୍ୟ ଆଘାତ ବି ଲାଗି ନାହିଁ। ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର