ଏଣିକି ବଟନ୍‌ ଦବାଇବା କ୍ଷଣି ୧୦ ସେକେଣ୍ଡରେ ହେବ ଦାନ୍ତ ସଫା, ଏହି ଟୁଥ୍‌ବ୍ରସର ମୂଲ୍ୟ କେତେ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକାର ଲାସ୍‌ଭେଗାସ୍‌ରେ ଚାରିଦିନ ହେବ ଚାଲିଥିବା କଞ୍ଜୁମର ଇଲେକ୍ଟ୍ରିନିକ୍‌ ସୋ’ (ସିଇଏସ୍‌)ରେ ଫ୍ରେଞ୍ଚ୍‌ କମ୍ପାନି ଫାଷ୍ଟିସ୍‌ ନୂଆ (ଓ୍ଵାଇ) ଆକାର ଡିଜାଇନ୍‌ ସହିତ ଏମିତି ଏକ ଇଲେକ୍ଟ୍ରିକ ଟୁଥ୍‌ବ୍ରସ୍‌ ଲଞ୍ଚ କରିଛି ଯାହା ୧୦ମିନିଟ୍‌ ମଧ୍ୟରେ ଦାନ୍ତକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରି ଦେଉଛି।

କମ୍ପାନି ସୂତ୍ରରୁ ପ୍ରକାଶ, ସ୍ମାର୍ଟ ଟୁଥ୍‌ବ୍ରସ୍‌କୁ ଦାନ୍ତରେ ଫିଟ୍‌ କରାଯାଇପାରିବା ଭଳି ସୁବିଧା ରହିଛି। ଏହାପରେ କେବଳ ଗୋଟିଏ ବଟମ୍‌ ଦବାଇ ଦାନ୍ତକୁ ସଫା କରାଯାଇ ପାରିବ। ଏହି ଟୁଥ୍‌ବ୍ରସ୍‌ରେ ଭାଇବ୍ରେଟ୍‌ ରହିଛି ଯାହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରିବ।

ହ୍ଵାଇ ଆକାରରେ ବନିଥିବା ଏହି ଟୁଥବ୍ରସ୍‌ରେ ଛୋଟଛୋଟ ନାଏଲାନ୍‌ର ବ୍ରିସ୍‌ଲସ୍‌ ଲାଗିଛି। ତେବେ ଏହି ଟୁଥ୍‌ବ୍ରସ୍‌ର ବିଶେଷତ୍ୱ ହେଉଛି ଏହାକୁ ସହଜ ଓ ସୁବିଧାରେ ଦାନ୍ତରେ ଫିଟ୍‌ କରାଯାଇ ପାରିବ। ଦାନ୍ତରେ ଫିଟ୍‌ କରିବା ପରେ ଉପରେ ଦାନ୍ତରେ ୫ ସେକେଣ୍ଡ ଓ ତଳେ ଦାନ୍ତରେ ୫ ସେକେଣ୍ଡ ଫିଟ୍‌ କରିବାକୁ ପଡ଼ିବ। ଏହାପରେ ପାଓ୍ଵର ବଟନ୍‌ ଦବାଇବା କ୍ଷଣ ଭାଇବ୍ରେଟ୍‌ ହେବାକୁ ଲାଗେ ଓ ଦାନ୍ତ ସଫା ହୋଇଯାଇଥାଏ। ଏହି ସ୍ମାର୍ଟ ଟୁଥ୍‌ବ୍ରସ୍‌ ଅନ୍ୟ ଟୁଥ୍‌ବ୍ରସ୍‌ ଅପେକ୍ଷା ଦାନ୍ତରୁ ୧୫ ପ୍ରତିଶତ ଅଧିକ ଜୀବାଣୁକୁ ସଫା କରିଥାଏ। ଏହାର ମୂଲ୍ୟ ବି ସେହିଭଳି ରହିଛି। ଗୋଟିଏ ଟୁଥ୍‌ବ୍ରସ୍‌ ମୂଲ୍ୟ ୯ହଜାର ଟଙ୍କା ପାଖାପାଖି ରଖାଯାଇଛି, ଯାହାର ବିକ୍ରି ଚଳିତ ବର୍ଷ ଏପ୍ରିଲରୁ ହିଁ ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର