ଅଲପ୍ପୁଝା: ହାତୀ ସହିତ ସେଲଫି ନେବା ହେଲା କାଳ। ହାତୀ ସହିତ ସେଲଫି ନେଉଥିବା ସମୟରେ ୪୩ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡି ଦେଇଛି। ଫଳରେ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisment

ପେସାରେ ଟ୍ରକ୍‌ ଚାଳକ ଥିବା ୪୩ବର୍ଷୀୟ ରେନିଶ ହାତୀର ଅତି ପାଖରେ ଛିଡା ହୋଇ ସେଲଫି ନେଉଥିଲେ। ଏହି ସମୟରେ ହାତୀଟି ହଠାତ୍‌ ରେନିଶଙ୍କୁ ଶୁଷ୍ଢରେ ଉଠାଇ ଫୋପାଡି ଦେଇଥିଲା। ଫଳରେ ରେନିଶଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା କରିବା ପରେ ଡାକ୍ତର ରେନିଶଙ୍କ ସର୍ଜରି ହେବା କଥା କହିଥିଲେ। ଏଭଳି ଏକ ଘଟଣା ଗତ ମଙ୍ଗଳବାର ଅପରାହ୍ଣ ୪.୩୦ରେ ଘଟିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

publive-image Daily Mail

ଅରବୁକୁଡୁ ଶ୍ରୀଦେବୀ ମନ୍ଦିର ନିକଟରେ ଦୁଇଟି ହାତୀ ଚେନ୍‌ରେ ବନ୍ଧା ହୋଇଥିଲେ। ରେନିଶ ସେଥିରୁ ଗୋଟିଏ ହାତୀ ପାଖକୁ ଯାଇ ସେଲଫି ନେବାକୁ ଚେଷ୍ଟା କରିଥିଲେ। ହାତୀ ଶୁଣ୍ଢ ରେନିଶଙ୍କ ଆଗକୁ ବଢ଼ାଇଥିଲା, ଏହା ସତ୍ତ୍ୱେ ବି ସେ ସେଠାରୁ ନ ଘୁଞ୍ଜି ଫଟୋ ଉଠାଇବାରେ ମାତିଥିଲେ। ଏହାପରେ ହାତୀ ରେନିଶଙ୍କୁ ଶୁଣ୍ଢରେ ଉଠାଇ ତଳେ କଚାଡି ଦେଇଥିଲା। ହାତୀଟି ରେନିଶ ଉପରେ ଚଢ଼ିବାକୁ ଯାଉଥିବା ସମୟରେ ସୌଭାଗ୍ୟବଶତଃ ସେ ସେଠାରୁ ଖସି ଆସିଥିଲେ।