ଟ୍ରାଫିକ୍‌ରେ ଛିଡ଼ା ହୋଇଥିବା ଏକ ଗାଡ଼ିରୁ ଦେଖନ୍ତୁ କିଭଳି ଆଖୁ ଚୋରାଇ ଖାଉଛନ୍ତି ଟ୍ରକ୍‌ରେ ଯାଉଥିବା ଦୁଇ ହାତୀ

ନୂଆଦିଲ୍ଲୀ: ସମୟସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ପୋଷ୍ଟ ହୋଇଥାଏ, ଯାହାକୁ ଦେଖିବାକୁ  ମଜାଦାର ହୋଇଥାଏ। ଏମିତି ଏକ ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ବନସେବା ଅଧିକାରୀ ଏହି ଭିଡିଓକୁ ପୋଷ୍ଟ କରିବାର କିଛିସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଲୋକମାନେ ଏହାକୁ ଦେଖିବା ସହିତ ପ୍ରତିକ୍ରିୟା ଦେଇ ରିଟୁଇଟ ବି କରୁଛନ୍ତି।

ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଦୁଇଟି ହାତୀ ଟ୍ରକ୍‌ରେ ବସି ଯାଉଛନ୍ତି। ଏହି ସମୟରେ ଟ୍ରକ୍‌ଟି ଟ୍ରାଫିକ୍‌ର ଲାଲବତୀରେ ଅଟକି ଯାଉଛି। ହାତୀ ଥିବା ଟ୍ରକ୍‌ ପାଖରେ ଆଉ ଗୋଟିଏ ଗାଡ଼ି ବି ଅଟକି ଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏହି ଗାଡ଼ିଟିରେ ଆଖୁ ବୋଝେଇ ହୋଇଥିବା ଦେଖି ହାତୀ ଦୁଇଟି ମନଇଚ୍ଛା ସେଥିରୁ ଆଖୁ ବାହାର କରି ଖାଉଛନ୍ତି।

ଟୁଇଟ ବ୍ୟବହାରକାରୀ ଏହି ଭିଡିଓକୁ ଦେଖି ‘ପାର୍ଟି ଅନ୍‌ ହୁଇଲ୍‌’ର ନାମ ଦେଇଛନ୍ତି। ସେହିପରି ସୁଶାନ୍ତ ନନ୍ଦ ଏହି ଭିଡିଓ ପୋଷ୍ଟ କରି, ‘ସ୍ୱାଦିଷ୍ଟ ଲଞ୍ଚ ବ୍ରେକ୍‌’ ଲେଖିଛନ୍ତି। ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁ ଯେ, ହାତୀମାନଙ୍କର ଆଖୁ ହେଉଛି ସବୁଠାରୁ ପସନ୍ଦର ଖାଦ୍ୟ। ଆଖୁ ଖାଇବା ଦ୍ୱାରା ସେମାନଙ୍କ ଶରୀରକୁ ଶକ୍ତି ମିଳିଥାଏ ବୋଲି କୁହାଯାଏ।

ଏହି ଭିଡିଓଟି ଥାଇଲାଣ୍ଡର ଥିବା ବେଳେ ଏହାକୁ ସୁନୀସା ଚମ୍ପାଙ୍ଗର୍ନ ରେକର୍ଡ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର