ବିମାନରେ ଯାତ୍ରୀଙ୍କ ଶରୀରରୁ ବାହାରିଲା ଦୁର୍ଗନ୍ଧ;ଅସୁସ୍ଥ ହେଲେ ସହଯାତ୍ରୀ : ଜରୁରୀକାଳୀନ ଅବତରଣ କଲା ବିମାନ

ମେଲବର୍ଣ୍ଣ : ସତରେ କ’ଣ ଶରୀରର ଦୁର୍ଗନ୍ଧ କୌଣସି ଅସୁବିଧାର କାରଣ ହୋଇପାରେ? ପୁଣି ଯେଉଁଥି ଲାଗି ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିବ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିକଟରେ ଟ୍ରାନ୍ସିଭିୟା ଏୟାର ଲାଇନ୍ସର ଏକ ବିମାନରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ନେଦରଲ୍ୟାଣ୍ଡର ଶିଫାଲ୍‌ ବିମାନବନ୍ଦରରୁ ସ୍ପେନ୍‌ ଯାଉଥିବା ବିମାନରେ ଜଣେ ଯାତ୍ରୀଙ୍କ ଶରୀରରୁ ଆସୁଥିବା ଦୁର୍ଗନ୍ଧ ପାଇଁ ଅନ୍ୟ ଯାତ୍ରୀଙ୍କ ଲାଗି ଅସହ୍ୟ ହୋଇଥିଲା। ସେମାନେ ବାନ୍ତି କରିବାକୁ ଲାଗିଥିଲେ। ବହୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କିଛି ଯାତ୍ରୀ ବାନ୍ତି କରିବା ସହ ଅଚେତ ମଧ୍ୟ ହୋଇ ଯାଇଥିଲେ । ଶେଷକୁ ବାଧ୍ୟ ହୋଇ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା।

punjabkesari

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଅନୁଯାୟୀ, ଯାତ୍ରୀ ଜଣଙ୍କ ଶରୀରରୁ ଅସହନୀୟ ଦୁର୍ଗନ୍ଧ ଆସୁଥିଲା । ଏପରିକି ଅନ୍ୟ ଯାତ୍ରୀଙ୍କୁ ସୁସ୍ଥ ରଖିବା ଲାଗି ବିମାନ କର୍ମଚାରୀ ତାଙ୍କୁ ଶୌଚାଳୟରେ ମଧ୍ୟ ବନ୍ଦ କରିଥିଲେ । କିନ୍ତୁ ସେତେବେଳକୁ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ କିଛି ଯାତ୍ରୀ ବାନ୍ତି କରି ଅଚେତ ହୋଇ ଯାଇଥିଲେ । ଯାହା ଫଳରେ ବିମାନକୁ ପର୍ତ୍ତୁଗାଲ୍‌ ନେଇ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନ ବନ୍ଦରରେ ଦୁର୍ଗନ୍ଧ ବାହାରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ଅସୁସ୍ଥ ଯାତ୍ରୀଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା।
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଟ୍ରାନ୍ସଭିୟା ବିମାନର ଏପରି ଜରୁରୀକାଳୀନ ଅବତରଣ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଫେବ୍ରୁଆରିରେ ଯାତ୍ରୀ ପାଡ଼ିବା ଦୁର୍ଗନ୍ଧ ଅଭିଯୋଗରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର