ରେଲେଓ୍ଵର ନୂତନ ଚିକିତ୍ସା ବ୍ୟବସ୍ଥା : ତାମିଲନାଡ଼ୁର ୨୩ଟି ସ୍ଥାନରେ ଆରମ୍ଭ ହୋଇଛି ଜରୁରିକାଳୀନ ଚିକିତ୍ସା

ଚେନ୍ନାଇ : ବର୍ତ୍ତମାନ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅନେକ ସମୟରେ ଜରୁରିକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ । ଏହି ସମୟରେ ଅନେକ ଥର ସଠିକ୍‌ ଚିକିତ୍ସା ଅଭାବରୁ କିଛି ଯାତ୍ରୀଙ୍କର ମୃତ୍ୟୁ ହେବାର ମଧ୍ୟ ନଜିର ରହିଛି। ତେବେ ଏହି ଅସୁବିଧାର ବର୍ତ୍ତମାନ ସମାଧାନ ଖୋଜିଛନ୍ତି ତାମିଲନାଡ଼ୁ ସରକାର । ଯଦି ଚେନ୍ନାଇ ଟ୍ରେନରେ ଯାତ୍ରା କରୁଥିବା ସମୟରେ କିମ୍ବା ରେଳ ଷ୍ଟେସନରେ ହଠାତ୍‌ ଅପଣଙ୍କର ସ୍ୱସ୍ଥ୍ୟବସ୍ଥା ସଙ୍ଗୀନ ହେଉଛି ତେବେ ଆପଣଙ୍କୁ କେବଳ ୧୩୮ ନମ୍ବର ଡ଼ାଇଲ କରିବା ପାଇଁ ପଡ଼ିବ । ଏହା ଦ୍ୱାରା ରେଳ କର୍ମଚାରୀଙ୍କ ଦ୍ୱାରା ଆପଣଙ୍କୁ ତୁରନ୍ତ ଡ଼ାକ୍ତରୀ ଚିକିତ୍ସା ସେବା ଯୋଗାଇ ଦିଆଯିବ ।

thebetterindia

ସୂଚନା ଅନୁଯାୟୀ ଦୁର୍ଘଟଣା କିମ୍ବା କୌଣସି ରୋଗରେ ପରବର୍ତ୍ତୀ ଏକ ଘଣ୍ଟା ସ୍ୱର୍ଣ୍ଣ ମୂହୂର୍ତ୍ତ ହୋଇଥାଏ । ଏହି ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଲେ ତାଙ୍କର ସୁସ୍ଥ ହେବାର ଅଧିକ ସମ୍ବାବନା ରହିଥାଏ । ଏଣୁ ରେଳ ଯାତ୍ରା ସମୟରେ ରୋଗୀଙ୍କୁ ସଠିକ ସମୟରେ ମଧ୍ୟରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟୟରେ ଚେନ୍ନାଇ ସେଣ୍ଟ୍ରାଲ , ତମବରମ , ଇଗମୋର , ସଲେମ , ଟିରଚି ଏବଂ କୋଇମବୋତରୋ ଆଦି ସ୍ଥାନରେ ଆରମ୍ଭ କରାଯାଇଛି।
” ବର୍ତ୍ତମାନ ଆମେ କର୍ପୋରେଟ ଡ଼ାକ୍ତରଖାନାଗୁଡ଼ିକୁ ମାଗାଣା ଚିକିତ୍ସା କରିବା ପାଇଁ ଆଦେଶ ଦେଇଛୁ । ଏହା ଦ୍ୱାରା ଅସୁସ୍ଥ ରେଳ ଯାତ୍ରୀ ସମୟ ଥାଉ ଉପଯୁକ୍ତ ଚିକିତ୍ସା ପାଇପାରିବେ” ବୋଲି କହିଛନ୍ତିି ଦକ୍ଷିଣ ରେଳପଥର ଜେନେରାଲ ମ୍ୟାନେଜର ପିକେ ମିଶ୍ର ।
ଏହି ସେବା ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ଜରୁରୀକାଳିନ ଚିକିତ୍ସା ସୁବିଧା ଥିବା ଆମ୍ବୁଲାନ୍ସ ଯୋଗାଯିବ ବୋଲି ମଧ୍ୟ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର