ଆସନ୍ତୁ ଜାଣିବା କିଭଳି ଭାବେ ଇଏମଆଇ ବୋଝକୁ କମ୍‌ କରିହେବ ଏବଂ ଲୋନ୍‌ ଶୁଝି ହେବ

ଯଦି ଆପଣ ଇଏମଆଇ ଶୁଝି ଶୁଝି ଥକି ଗଲେଣି ଏବଂ ଟେନସନରେ ଆପଣଙ୍କ ଜିଇଁବା ମୁସ୍କିଲ୍‌ ହୋଇଗଲାଣି ତେବେ ଆପଣଙ୍କୁ ଉପଦେଶର ନିହାତି ଆବଶ୍ୟକତା ରହିଛି । ଆସନ୍ତୁ ଆମେ ଆପଣଙ୍କୁ କହିବୁ ଯେ କିଭଳି ଭାବେ ଇଏମଆଇ ବୋଝକୁ କମ୍‌ କରିହେବ ଏବଂ ବଡରୁ ବଡ ଲୋନ୍‌ ଶୁଝି ହେବ । ଯଦି ଆପଣ ଲମ୍ବା ସମୟରୁ ଲୋନ୍‌ ନେଇ ଇଏମଆଇ ଶୁଝୁଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କିଙ୍ଗ୍‌ ଗୁଡସ୍‌ ଆଣ୍ଡ ସର୍ଭିସେସ୍‌ ବୋର୍ଡ ଅଫ୍‌ ଇଣ୍ଡିଆର ସହାୟତା ନେବାର ଆବଶ୍ୟକତା ରହିଅଛି । ଏହି ସଂସ୍ଥା ଆପଣଙ୍କୁ କ୍ରେଡିଟ୍‌ କାଂଉସେଲିଙ୍ଗକୁ କମାଇବାରେ ସହାୟକ ହେବ।

ବିସିଏସବିଆଇ ଏଭଳି ଏକ ସଂସ୍ଥା ଯାହା ପର୍ସନାଲ ଲୋନ୍‌, ହୋମ୍‌ ଲୋନ୍‌, ବାହନ ଲୋନ୍‌ ଏବଂ କ୍ରେଡିଟ୍‌ କାର୍ଡ ଉପରେ ୩୦ ଲକ୍ଷ ଟଙ୍କାର ଋଣ ପାଇଁ ଏଭଳି ଲାଭ ପ୍ରଦାନ କରିଥାଏ। ଏହା ତୁରନ୍ତ କାର୍ଯ୍ୟକ୍ଷମ ହେବ ଯେତେବେଳେ ଆପଣ ବିସିଏସବିଆଇ ଶାଖାର କୌଣସି ବ୍ୟାଙ୍କଠାରୁ ଋଣ ନେଇଥିବେ। ସୂଚନା ମୁତାବକ ବିସିଏସବିଆଇ ବ୍ୟାଙ୍କର ତାଲିକାରେ ବର୍ତ୍ତମାନ ୫୦ ରୁ ଅଧିକ ବ୍ୟାଙ୍କ ରହିଅଛି । ଯେଉଁଥିରେ ସବୁ ରାଜ୍ୟ ବ୍ୟାଙ୍କ ଏବଂ ପ୍ରାଇଭେଟ୍‌ ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଏହାଛଡା ଏଥିରେ କୋଅପରେଟିଭ୍‌ ବ୍ୟାଙ୍କ ଏବଂ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ସାମିଲ ରହିଛି।

ଲୋନ୍‌ ନେଇଥିବା ବ୍ୟକ୍ତି ପ୍ରଥମେ ବିସିଏସବିଆଇ ସଂସ୍ପର୍ଶରେ ଆସିବା ପରେ ବ୍ୟାଙ୍କ ବ୍ୟକ୍ତି ବିସିଏସବିଆଇର କାର୍ଯ୍ୟକର୍ତ୍ତାଙ୍କ ସହ ମିଶାଇଥାଏ। ଏଥିପାଇଁ ଆପଣଙ୍କୁ ବିସିଏସବିଆଇ ୱେବସାଇଟକୁ ଯାଇ କ୍ରେଡିଟ୍‌ କାଂଉସେଲିଙ୍ଗ୍‌ ଅପସନକୁ ଯିବାକୁ ପଡିବ ଏବଂ ଅନଲାଇନ୍‌ ଆବେଦନ ଫର୍ମ ପୂରଣ କରିବାକୁ ହେବ। ଫର୍ମ ପୂରଣ ପରେ ଆପଣଙ୍କୁ କ୍ରେଡିଟ୍‌ କାଂଉସେଲରଙ୍କୁ ଭେଟିବାକୁ ହେବ। ଯେ ଆପଣଙ୍କଠାରୁ ଲୋନର ସବୁ ଡାଟା ନେବେ ଏବଂ ଦରକାର ପଡିଲେ ନୂତନ ଉପାୟ ମଧ୍ୟ କହିବେ। ଏହି ପ୍ରୋସେସ୍‌ ସେତେବେଳେ ଆରମ୍ଭ ହେବ ଯେତେବେଳେ ଆପଣ ଆଣିଥିବା ଲୋନକୁ ବ୍ୟାଙ୍କ ସମ୍ମତି ଜଣାଇବ। ବ୍ୟାଙ୍କ ସମ୍ମତିରେ ଆପଣଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ। କାଂଉସେଲରଙ୍କ ସାମ୍‌ନାରେ ଆପଣଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ । ଅନ୍ୟ କେହି ଏହି ଲୋନରେ ଭାଗିଦାର ଅଛନ୍ତି କି ନାହିଁ, ଏହା କୌଣସି ନ୍ୟାୟିକ ବିଭାଗ ସହିତ ଜଡିତ ଅଛି କି ନାହିଁ ଇତ୍ୟାଦି। ଯାହାଦ୍ୱାରା କାଂଉସେଲର ସହାୟତା ପାଇଁ ଆଗକୁ ଆସିବେ ନଚେତ୍‌ ସନ୍ଦେହ ଉପୁଜିଲେ ସେ ମନା ମଧ୍ୟ କରିପାରନ୍ତି।

ସମ୍ବନ୍ଧିତ ଖବର