ଜଳମଗ୍ନ ହୋଇଥିବା ଆଇଲାଣ୍ଡ୍‌ ପ୍ରତି ନଥିଲା କାହାରି ଦୃଷ୍ଟି! ଲେଖକଙ୍କ ଦ୍ୱାରା ଭ୍ରମଣ କାହାଣୀ ଛପିବା ପରେ ଉଦ୍ଧାର କାର୍ଯ୍ୟ କଲେ ସରକାର

ଏମିତି ଏକ ଘଟଣା, ଯାହା ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଜାପାନରେ ଏକ ଆଇଲାଣ୍ଡ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଛି। ତେବେ ଏହି ଆଇଲାଣ୍ଡରେ କୌଣସି ଜନବସତି ନଥିବା ଜଣାପଡିଛି। ଆଇଲାଣ୍ଡର ନାମ ଏସାବ୍ନେ ହନାକିତା କୋଜିମା। ଅନେକ ଦିନରୁ କେହି ହେଲେ ମଧ୍ୟ ଏହି ଆଇଲ୍ୟାଣ୍ଡକୁ ଦୃଷ୍ଟି ଦେଇନଥିଲେ। କିନ୍ତୁ ଅଚାନକ ଏହା ଗାଏବ ହୋଇଯାଇଛି। ଆଇଲ୍ୟାଣ୍ଡ ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡିଛି। କିନ୍ତୁ ଆଇଲ୍ୟାଣ୍ଡ ବୁଡିଯାଇଥିବା ଘଟଣାକୁ ସାମ୍ନାକୁ ଆଣିଛନ୍ତି ଜଣେ ଲେଖକ। ହିରୋଶୀ ଶିମିଜୁ ନାମକ ଏହି ଲେଖକ ଏହି ଆଇଲ୍ୟାଣ୍ଡକୁ ଭ୍ରମଣ କରିବା ସହ ଏହା ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ଏହି ଲେଖକଙ୍କୁ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଆଇଲ୍ୟାଣ୍ଡଟି ନା ଭୂପୃଷ୍ଠରୁ ପରିଲକ୍ଷିତ ହୋଇଥାଏ ନା ଆଖପାଖରେ ବୁଲୁଥିବା ଜାହାଜମାନେ ଏହାକୁ ଦେଖିପାରିଥାନ୍ତି। କିନ୍ତୁ ପରେ ଏହା ବାବଦରେ ଜଣାପଡିବା ପରେ ଆଇଲ୍ୟାଣ୍ଡକୁ ନେଇ ସ୍ଥାନୀୟ ଲୋକମାନେ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ସତ, କିନ୍ତୁ କେହି ଆଇଲ୍ୟାଣ୍ଡକୁ ଖୋଜି ପାଉନାହାନ୍ତି। ଏହି ଆଇଲ୍ୟାଣ୍ଡଟି ସମୁଦ୍ର ଉପତ୍ୟାକାର ୧.୪ ମିଟର ଉପରେ ରହିଥିଲା। ତେବେ ଆଇଲ୍ୟାଣ୍ଡର ଖୋଜରେ ଜାପାନ ସରକାର ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଜଣେ ଅଧିକାରୀଙ୍କ କହିବା କଥା, ଝଡ ତୋଫାନ ଏବଂ ବରଫପାତ କାରଣରୁ ଆଇଲ୍ୟାଣ୍ଡଟି ବୁଡ଼ି ଯାଇଛି।

ସମ୍ବନ୍ଧିତ ଖବର