ମଧ୍ୟ ପ୍ରଦେଶର ଏକ ପରିବାରରେ ଥିବା ୨୫ ଜଣ ସଦସ୍ୟଙ୍କର ସମାନ ବଂଶଗତ ସମସ୍ୟା; ହାତ ଗୋଡ଼ରେ ରହିଛି ଅତିରିକ୍ତ ଆଙ୍ଗୁଠି

ଭୋପାଳ: ମଧ୍ୟ ପ୍ରଦେଶର ଏକ ପରିବାରରେ ଏକ ଅଦ୍ଭୂତ ପ୍ରକାରର ବଂଶଗତ ରୋଗ ରହିଛି। ଏହି ପରିବାରର କୌଣସି ବି ସଦସ୍ୟଙ୍କ ହାତ କିମ୍ବା ଗୋଡ଼ରେ ୧୦ଟି ଲେଖାଏ ୨୦ଟି ଆଙ୍ଗୁଠି ନାହିଁ। ସମସ୍ତଙ୍କର ଅତିରିକ୍ତ ଆଙ୍ଗୁଠି ରହିଛି। ପରିବାରର ଏହି ବଂଶଗତ ସମସ୍ୟା ହେତୁ ପରିବାର ଲୋକଙ୍କୁ ପାଠପଢ଼ା ଓ ଚାକିରି କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ପରିବାରରେ ସମୁଦାୟ ୨୫ ଜଣ ସଦସ୍ୟ ଅଛନ୍ତି। ପରିବାର ଲୋକଙ୍କର ହାତ ଗୋଡ଼ ମିଶି କାହାର ୨୨ ତ କାହାର ୨୪ଟି ଆଙ୍ଗୁଠି ରହିଛି। ଏହି ପରିବାରର ପିଲାମାନେ ସ୍କୁଲ୍‌ ଯାଆନ୍ତି ସତ ପାଠ ପଢ଼ା କେବେ ପୂରା କରିପାରନ୍ତି ନାହିଁ। ସେମାନଙ୍କୁ ସ୍କୁଲ୍‌ର ଅନ୍ୟ ପିଲାଏ ଚିଡ଼େଇବା ଆରମ୍ଭ କରିଦିଅନ୍ତି। ଚାକିରି କ୍ଷେତ୍ରରେ ବି ସେମାନଙ୍କର ଅତିରିକ୍ତ ଆଙ୍ଗୁଠି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ।

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ଷ୍ଟାର୍‌ ହ୍ରତିକ୍‌ ରୋଶନଙ୍କ ହାତରେ ମଧ୍ୟ ଗୋଟିଏ ଅଧିକ ଆଙ୍ଗୁଠି ରହିଛି। ସେ ବି ପିଲାଦିନେ ସାଙ୍ଗମାନଙ୍କ ଦ୍ୱାରା ଅପଦସ୍ତ ହୋଇଥିଲେ ମାତ୍ର ଏବେ ସେହି ଆଙ୍ଗୁଠି ପାଇଁ ସେ ବେଶ୍‌ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି।

ସମ୍ବନ୍ଧିତ ଖବର