ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ରପତି, କରନ୍ତି ଏଭଳି କାମ

0 892

ଉରୁଗୁଏର ୪୦ତମ ରାଷ୍ଟ୍ରପତି ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ରପତି ବୋଲି ଜଣାପଡ଼ିଛି । ତାଙ୍କ ବୟସ ୮୩ବର୍ଷ ପାଖାପାଖି ହେବ ଓ ନାମ ଜୋସ ମୁଜିକା ବୋଲି ଜଣାପଡ଼ିଛି। ଶୁଣିବାକୁ ମିଳିଛି, ଜୋସ ଅବସର ନେବା ପରେ ସେ ସରକାରୀ ପେନ୍‌ସନ୍‌ ନେବା ପାଇଁ ମନା କରି ଦେଇଥିଲେ। ଏହାପରେ ଜୋସ ମୁଜିକା ଏକ ସାଧାରଣ ଜୀବନ ଜିଉଁଛନ୍ତି।

Panda Mobile only

ଜୋସ୍‌ ୨୦୧୫ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଜୋସ୍‌ କହିଥିଲେ ସେ ତାଙ୍କର ପୋଷା କୁକୁର ଓ କାର ସହିତ ସମୟ ବିତାଇବେ, ଏହାଛଡ଼ା ତାଙ୍କୁ କିଛି ବି ଲୋଡା ନାହିଁ। ମୁଜିକା  ଯେତେବେଳେ ରାଷ୍ଟ୍ରପତି ଥିଲେ ସେ ରାଷ୍ଟ୍ରପତି ଭବନରେ ରହିବାକୁ ମନା କରି ଦେଇଥିଲେ କେବଳ ଦୁଇଟି କୋଠରି ଥିବା ଘରେ ରହୁଥିଲେ। ରାଷ୍ଟ୍ରପତି ଭାବେ ସେ ସୁରକ୍ଷା ନେବାକୁ ବି ମନା କରି କେବଳ ଦୁଇଜଣ ପୁଲିସକର୍ମୀଙ୍କ ସେବା ନେଉଥିଲେ। ସେ ତାଙ୍କ ବେତନକୁ ବି ଦାନ କରି ଦେଉଥିଲେ। ୮୩ବର୍ଷ ବୟସରେ ଜୋସ୍‌ ସାଧାରଣ ଜୀବନ ବଞ୍ଚୁଛନ୍ତି। ସେ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି।  କୁଅରୁ ପାଣି ବାହାର କରିବାଠାରୁ ଆରମ୍ଭ କରି ପୋଷାକ ଧୋଇବା, ଫୁଲ ବଗିଚାରେ ମାଳି କାମ କରିବା ଓ ଟ୍ରାକ୍ଟର ଚଳାଇବା ଇତ୍ୟାଦି ନିଜେ କରି ଥାଆନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.