ମୋବାଇଲ୍ ଫୋନ୍ ବ୍ୟବହାର ଯୋଗୁଁ କମିପାରେ ଆଖିର ‘ବ୍ଲିକିଂଙ୍ଗ୍ ରେଟ୍’; ଶୁଖି ଯାଇପାରେ ଡୋଳା! ଜାଣନ୍ତୁ କାହିଁକି ଏପରି ହୋଇଥାଏ

ନୂଆଦିଲ୍ଲୀ : ନିକଟରେ ହୋଇଥବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଯୁବଗୋଷ୍ଠୀ ଦିନକୁ ୪ରୁ ୫ ଘଣ୍ଟା ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବାରେ ଅପଚୟ କରନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି ମୋବାଇଲରୁ ଆସୁଥିବା ଉଜ୍ଜ୍ବଳ ରଶ୍ମୀ ଆପଣଙ୍କ ଆଖିକୁ ନଷ୍ଟ କରିବା ପାଇଁ ଯଥେଷ୍ଟ । ଯେତେ ଅଧିକ ଆପଣ ଫୋନକୁ ଦେଖିବାରେ ବ୍ୟସ୍ତ ରହିବେ ଆପଣଙ୍କ ଆଖି ସେତିକି କ୍ଷତିଗ୍ରସ୍ତ ହେବ ।

ମୋବାଇଲ୍ ଫୋନରୁ ବାହାରୁଥିବା ନୀଳରଙ୍ଗର ରଶ୍ମୀ ବହୁତ କ୍ଷତିକାରକ ହୋଇଥାଏ । ଦିନାବେଳା ସୂର୍ଯ୍ୟକିରଣ କିରଣ ହେତୁ ଏହା ସ୍ପଷ୍ଟ ରୂପେ ଦେଖାଯାଏ ନାହିଁ । କିନ୍ତୁ ରାତିରେ ଫୋନ୍ ବ୍ୟବହାର କରୁଥିବା ସମୟରେ ଏହି କିରଣ ସିଧା ଆସି ରେଟିନା ଉପରେ ପଡିଥାଏ । ଚୀନର ଏକ ଗବେଷଣା ମୁତାବକ ସେଠାକାର ଜଣେ ମହିଳା ପ୍ରତିଦିନ ରାତିରେ ଶୋଇବା ବେଳେ ଅଧିକ ସମୟ ଧରି ଫୋନ୍ ବ୍ୟବହାର କରୁଥିଲେ ଏବଂ ସକାଳୁ ଉଠୁ ଉଠୁ ଫୋନ ଚେକ୍ କରୁଥିଲେ । ବର୍ଷେ ମଧ୍ୟରେ ଏହି କ୍ଷତିକାରକ ଲାଇଟ୍ କାରଣରୁ ତାଙ୍କ କାର୍ଣ୍ଣିଆ କ୍ଷତିଗ୍ରସ୍ଥ ହୋଇଯାଇଥିଲା । ନେତ୍ର ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ମୋବାଇଲ୍ ଲାଇଟ୍ ଆଖିରେ ପଡିଲେ ଆଖିର ‘ବ୍ଲିକିଂଙ୍ଗ୍ ରେଟ୍’ କମିଯାଇଥାଏ । ସାଧାରଣ ଭାବେ ପ୍ରତି ମିନିଟରେ ୧୨ରୁ ୧୪ ଥର ଆମେ ଆଖିପତା ପଡ଼ିଥାଏ । କିନ୍ତୁ ମୋବାଇଲକୁ ଦେଖିବା ଦ୍ୱାରା ଏହା ୬ରୁ ୭ ଥରକୁ ଆସିଯାଏ । ଏଥିରେ ଆଖିର ଶୁଖିଲାପଣ ବଢିଯାଏ ଏବଂ ଆଖି ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥାଏ।

ପ୍ୟାଣ୍ଟ ଆଗ ପକେଟରେ ଫୋନ୍ ରଖନ୍ତୁ ନାହିଁ; ପୂରା ସିଗନାଲ୍ ନ ଥିବା ବେଳେ କଥା ହୁଅନ୍ତୁ ନାହିଁ :

୧. ଯେତେବେଳେ ଆପଣଙ୍କ ଫୋନରେ ପୂରା ସିଗନାଲ୍ ଥିବ ସେତେବେଳେ ଫୋନ୍ ବ୍ୟବହାର କରନ୍ତୁ। ସିଗନାଲ୍ କମ୍ ହେଲେ ଏହା ରେଡିଏସନ୍ ହୋଇ ଆଖିରେ ପଡ଼ିଥାଏ ।
୨. ପ୍ୟାଣ୍ଟ୍ ଆଗ ପକେଟରେ ଫୋନ୍ ରଖନ୍ତୁ ନାହିଁ । ଏଥିରେ ନପୁଂସକତା ଭଳି ସମସ୍ୟା ଦେଖାଦେଇପାରେ । ଏହାଛଡା ଏହାକୁ ହୃଦୟ ପାଖରେ ଏବଂ କିମ୍ବା ତକିଆ ତଳେ ଆଦୌ ରଖିବାର ଭୁଲ୍ କରନ୍ତୁ ନାହିଁ । ତକିଆ ତଳେ ରଖିବା ଦ୍ୱାରା ଆପଣ ଭୁଲାପଣର ଶିକାର ମଧ୍ୟ ହୋଇପାରନ୍ତି । ଏହାଛଡା ଫୋନ୍ ଅଧିକ ଗରମ ହେଲେ ମଧ୍ୟ ନିଆଁ ଲାଗିଯିବାର ସମ୍ଭାବନା ବଢିଯାଏ । ଏଥିପାଇଁ ଇୟରପୋନ୍ ବ୍ୟବହାର କରିପାରନ୍ତି । ଅଧିକ ଫୋନରେ କଥା ନହୋଇ ମେସେଜରେ କଥା ହେବାକୁ ଚେଷ୍ଟା କରନ୍ତୁ ।

ଆପଣାନ୍ତୁ ୨୦-୨୦-୨୦ ଫର୍ମୁଲା:


ଆଖିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ ୨୦-୨୦-୨୦ ଫର୍ମୁଲାକୁ ଆପଣାନ୍ତୁ । ଏହାର ଅର୍ଥ ୨୦ ମିନିଟ୍ ପର୍ଯ୍ୟନ୍ତ ଫୋନକୁ ବ୍ୟବହାର କରନ୍ତୁ ନାହିଁ । ଏହାପରେ ୨୦ ସେକେଣ୍ଡ ଅଟକି ଯାଆନ୍ତୁ । ଫୋନ୍ ତଥା ଡେସ୍କଟପରୁ ନଜର ହଟାଇ ଆଣନ୍ତୁ । ଟିଭି ତଥା କୌଣସି ସ୍କ୍ରିନରୁ ୨୦ ଫୁଟ୍ ଦୂରତାରେ ରୁହନ୍ତୁ ।
ମୋବାଇଲରୁ ବାହାରୁଥିବା ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍ ତରଙ୍ଗ ସ୍ୱାସ୍ଥ୍ୟ ପାଇଁ ଖୁବ୍ ବିପଜ୍ଜନକ । ଏଥିରୁ ବାହାରୁଥିବା ରେଡିଏସନ୍ କାରଣରୁ କ୍ୟାନ୍ସର ଭଳି ରୋଗ ହୋଇଥାଏ । ମୋବାଇଲ୍ ଫୋନ୍ ଏବଂ ଟାୱାରରୁ ବାହାରୁଥିବା ରେଡିଏସନ୍ ଦ୍ୱାରା ନପୁଂସକତା ଏବଂ ବ୍ରେନ୍ ଟ୍ୟୁମର ଭଳି ରୋଗ ହୋଇଥାଏ ।

ସମ୍ବନ୍ଧିତ ଖବର