ଫେସ୍‌ ଆପ୍‌ ଜରିଆରେ ୧୮ବର୍ଷ ତଳେ ଅପହରଣ ହୋଇଥିବା ଶିଶୁକୁ ଏଭଳି ଖୋଜି ପାଇଲା ପୁଲିସ

ନୂଆଦିଲ୍ଲୀ : ୧୮ବର୍ଷ ତଳେ ଅପହରଣ କରାଯାଇଥିବା ଶିଶୁକୁ ଏବେ ଖୋଜି ପାଇବାରେ ସଫଳ ହୋଇଛି ପୁଲିସ । ପୁଲିସର ଏହି ଅଭିଯାନରେ ତାଙ୍କୁ ନୂଆ କରି ଆସିଥିବା ଫେସ୍‌ ଆପ୍‌ ସାହାଯ୍ୟ କରିଥିବା ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଦେଶର ସବୁ ଯୁବପିଢ଼ିଙ୍କ ଉପରେ ଏହି ଆପ୍‌ର କ୍ରେଜ୍‌ ଦେଖିବାକୁ ମିଳୁଥିବା ବେଳେ ଏହାର ସାହାଯ୍ୟ ନେଇ ଅପହରଣ ହୋଇଥିବା ଶିଶୁ ମିଳିଯିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି ।

ladbible.com

ସୂଚନା ମୁତାବକ, ୟୁ ବିଫେଙ୍ଗକୁ ୩ବର୍ଷ ହୋଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । କିଛି ବର୍ଷ ଖୋଜାଯିବା ପରେ ନ ମିଳିବାରୁ ପୁଲିସ ଖୋଜିବା ବନ୍ଦ କରି ଦେଇଥିଲା । ଏବେ ଫେସ୍‌ ଆପ୍‌ର ସୁବିଧା ଆସିବା ପରେ ଏହାର ସାହାଯ୍ୟ ନେଇ ତଦନ୍ତକାରୀ ଟିମ୍‌ ଯାଞ୍ଚ ଆରମ୍ଭ କରିଥିଲା । ୟୁ ବିଫେଙ୍ଗଙ୍କ ଛୋଟ ବେଳର ଫଟୋକୁ ଫେସ୍‌ ଆପ୍‌ରେ ପକାଇ ଯୁବ ବେଳର ଫଟୋକୁ ବଦଳାଇଥିଲେ । ଯାହା ପରେ ୟୁ ବିଫେଙ୍ଗ ଯୁବକ ହେଲେ କିଭଳି ଦେଖାଯିବେ, ତାହାର ନମୁନା ପାଇ ପୁଲିସ ପୁଣି ଯାଞ୍ଚ ଆରମ୍ଭ କରିଥିଲା । କିଛି ଦିନର ତଦନ୍ତ ପରେ ପୁଲିସ ୟୁ ବିଫେଙ୍ଗଙ୍କୁ ଖୋଜିବାରେ ସଫଳ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର