ଆସନ୍ତୁ ଜାଣିବା, ବ୍ୟକ୍ତିଙ୍କର ମୃତ୍ୟୁ ପରେ କ’ଣ ହୁଏ ତାଙ୍କ ଫେସବୁକ୍‌ ଆକାଉଣ୍ଟର? 

ମୃତ୍ୟୁକୁ କି ଅବା ବିଶ୍ୱାସ। କେତେବେଳେ କାହା ସହ କେମିତି ଘଟଣା ଦୂର୍ଘଟଣା ଘଟିବ ତାହା କିଏ ଜାଣେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେଉଁ ଲୋକମାନେ ଅକସ୍ମାତ ମୃତ୍ୟୁବରଣ କରନ୍ତି ସେମାନଙ୍କ ଫେସବୁକ୍‌ ଆକାଉଣ୍ଟର ହୁଏ କ’ଣ? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

୧. ଲିଗେସୀ କନଟେକ୍ଟ : 

ଫେସବୁକରେ ଆକାଉଣ୍ଟର ଦେଖାଶୁଣା କରିବା ପାଇଁ ଲିଗେସୀ କନଟେକ୍ଟ ରଖିବା ଏକ ଭଲ ବିକଳ୍ପ। ଆପଣଙ୍କ ଲିଗେସୀ କନଟେକ୍ଟ ମୃତ୍ୟୁ ପରେ ମଧ୍ୟ ଆକାଉଣ୍ଟକୁ ମ୍ୟାନେଜ୍‌ କରିଥାଏ। ଆପଣଙ୍କ ପ୍ରୋଫାଇଲ୍‌ ଫଟୋକୁ ଚେଞ୍ଚ୍‌ କରିବା ସହ ଟାଇମଲାଇନରେ ପୋଷ୍ଟ ପିନ୍‌ ଏବଂ ଫ୍ରେଣ୍ଡ ରିକ୍ୱେଷ୍ଟର ଉତ୍ତର ମଧ୍ୟ ଦେଇଥାଏ। କିନ୍ତୁ ଏହା ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ କିଛି ପୋଷ୍ଟ କରିପାରେନାହିଁ ଏବଂ ମେସେଜ୍‌ ଦେଖିବା ମଧ୍ୟ ବାରଣ ଅଟେ।

୨.ଫେସବୁକ୍‌ ମୃତବ୍ୟକ୍ତିର ଆକାଉଣ୍ଟ ସାଙ୍ଗରେ କ’ଣ କରେ ?

ଫେସବୁକ୍‌ ମୃତବ୍ୟକ୍ତିର ଆକାଉଣ୍ଟକୁ ମେମୋରିୟଲାଇଜ୍‌ କରିଦିଏ। ଯେଭଳି ଲୋକମାନେ ବ୍ୟକ୍ତିଜଣଙ୍କୁ ମନେ ପକାଇ ପାରିବେ। ଏହି ଆକାଉଣ୍ଟଟି ଆଉ ଡିଲିଟ୍‌ ହୋଇ ନଥାଏ। ମେମୋରିୟଲାଇଜ୍‌ ଆକାଉଣ୍ଟରେ ରିମେମ୍ବରିଙ୍ଗ୍‌ ନାଁ ଯୋଡି ହୋଇଯାଏ। ଏହି ଆକାଉଣ୍ଟରେ ଉକ୍ତ ବ୍ୟକ୍ତିଙ୍କ ଜନ୍ମଦିନର ନୋଟିଫିକେସନ୍‌ ଯାଇନଥାଏ। ଯଦି ମୃତବ୍ୟକ୍ତି ଜଣକ କୌଣସି ପେଜ୍‌ ତିଆରି କରିଥାନ୍ତି ଏବଂ ସେ ଯଦି ଏକାକୀ ତାହାର ଆଡମିନ୍‌ ଥାଆନ୍ତି ତେବେ ମୃତ୍ୟୁ ଖବର ଜାଣିବା ପରେ ସେହି ଆକାଉଣ୍ଟକୁ ଡିଲିଟ୍‌ କରି ଦିଆଯାଏ। ଯଦି ଆପଣ ମଧ୍ୟ ଚାହାନ୍ତି ମୃତ୍ୟୁ ପରେ ଆପଣଙ୍କ ଆକାଉଣ୍ଟ୍‌ ମଧ୍ୟ ସୁରକ୍ଷିତ ରହୁ ତେବେ ରିକ୍ୱେଷ୍ଟ ଆକାଉଣ୍ଟ୍‌ ଡିଲୀସନକୁ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କୁ ମୃତ ବ୍ୟକ୍ତିଙ୍କ ମୃତ ସାର୍ଟିଫିକେଟକୁ ଫେସବୁକରେ ଭେରିଫାଇ କରିବାକୁ ପଡିବ। ଏହାପରେ ହିଁ ବ୍ୟକ୍ତିଜଣଙ୍କୁ ମୃତ ଘୋଷଣା କରାଯିବ । ମୃତ୍ୟୁ ପରେ ମଧ୍ୟ ଫେସବୁକ୍‌ ଆପଣଙ୍କ ପ୍ରାଇଭେସୀକୁ ସମ୍ପୁର୍ଣ୍ଣ ଗୁପ୍ତ ରଖିବ।

ସମ୍ବନ୍ଧିତ ଖବର