ଧୂମପାନ ଦୂର କରିବାରେ ସାହାଯ୍ୟ କରିବ ଫେସବୁକ୍‌

ନ୍ୟୁୟର୍କ: ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅନ୍ୟ ସୋସିଆଲ ମିଡ଼ଆ ସାଇଟ୍‌ ଅପେକ୍ଷା ଫେସବୁକ୍‌ ଦ୍ୱାରା ୨.୫ ପ୍ରତିଶତ ଅଧିକ ବ୍ୟକ୍ତି ଧୂମପାନ କରିବା ତ୍ୟାଗ କରୁଛନ୍ତି । ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଧୂମପାନ ଛାଡ଼ିବା ଅଭିଯାନ, ଚିକିତ୍ସା ଏବଂ କାଉସେଲିଂ ଠାରୁ ଅଧିକ ଫେସ୍‌ବୁକ୍‌ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଫେସ୍‌ବୁକ୍‌ ଦ୍ୱାରା ବାର୍ତ୍ତା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ସହ ଅଧିକ ପ୍ରଭାବ ମଧ୍ୟ ପକାଇଥାଏ ।

Unsplash

ସେନ୍‌ ଫ୍ରାନ୍‌ସିସ୍‌କୋ କାଲିଫୋର୍ଣ୍ଣିୟା ବିଶ୍ୱବିଦ୍ୟାଳୟର ସହୟକ ପ୍ରଫେସର ଡ଼ାନିଏଲ୍‌ ରାମୋଙ୍କ କରିଥବା ଏକ ଗବେଷଣାରୁ ଜଣାପଡ଼ିଛି, ଅଧିକ ଲୋକଙ୍କ ପାଖରେ ପହଞ୍ଚିବାର ଏକ ସହଜ ଉପାୟ ହେଉଛି ଫେସ୍‌ବୁକ୍‌ । ଏଣୁ ସୋସିଆଲ୍‌ ମିଡ଼ିଆକୁ ତମାଖୁୁ ବର୍ଜନ କାର୍ଯ୍ୟକ୍ରମରେ ସଫଳ ଭାବେ ବ୍ୟବହାର କରାଯାଇପାରିବ । ଏଥିସହ ଧୂମପାନ ଛାଡ଼ିବା ପାଇଁ ବ୍ୟବହୃତ ଜିନିଷ ଗୁଡ଼ିକର ବିଜ୍ଞାପନ ମଧ୍ୟ କରାଯାଇପାରିବ ।
ଏହି ଗବେଷଣାକୁ ଏଡ଼ିସନ୍‌ ପତ୍ରିକାରେ ପ୍ରକାଶ କରାଯାଇଛି। ଏହି ଗବେଷଣା ପାଇଁ ୫୦୦ ଜଣ ବ୍ୟକ୍ତିଙ୍କୁ ଚୟନ କରା ଯାଇଥିଲା, ଯେଉଁମାନଙ୍କର ବୟସ ୨୧ ବର୍ଷ ମଧ୍ୟରେ ରହିଥିଲା। ଏଥିରେ ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ଦୈନିକ ଧୂମପାନ କରୁଥିବା ବେଳେ ଗବେଷଣାର ୯୦ ଦିନ ପରେ ସେମାନଙ୍କ ମଧ୍ୟରେ ଏହାକୁ ବର୍ଜନ କରିବାର ଇଛା ଜାଗ୍ରତ ହୋଇଥିଲା । ତିନି ମାସ ମଧ୍ୟରେ ଫେସ୍‌ବେକ୍‌ ପାଇଁ ଅଧିକାଂଶ ବ୍ୟକ୍ତି ଧୂମପାନ ଛାଡ଼ିବା ପାଇଁ ଇଛା ପ୍ରକାଶ କରିଥିବା କହିଛନ୍ତି ଗବେଷକ ।

ସମ୍ବନ୍ଧିତ ଖବର