ବିଶ୍ୱ ପ୍ରସିଦ୍ଧ ତାଜମହଲ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଅଜଣା ତଥ୍ୟ

ବିଶ୍ୱରେ ଥିବା ସପ୍ତଶ୍ଚର୍ଯ୍ୟା ମଧ୍ୟରୁ ଆଗ୍ରାର ତାଜମହଲ ଅନ୍ୟତମ। ଧଳା ମାର୍ବଲ ପଥରରେ ନିର୍ମିତ ତାଜମହଲର କାରୁକାର୍ଯ୍ୟ ଅତି ଉଚ୍ଚକୋଟୀର। ମୋଗଲ ସମ୍ରାଟ ଶାହ ଜହାନଙ୍କ ଦ୍ୱାରା ନିର୍ମିତ ଏହି ତାଜମହଲ ସଂପର୍କରେ ଏପରି ଅନେକ ତଥ୍ୟ ଅଛି ଯାହା ସବୁ ଲୋକ ଜାଣନ୍ତି ନାହିଁ। ଆସନ୍ତୁ ଜାଣିବା ସେପରି କିଛି ତଥ୍ୟ ବିଷୟରେ।

ବିଭିନ୍ନ ଦେଶରୁ ଆସିଥିବା ସମୁଦାୟ ୨୮ ପ୍ରକାରର ଦାମିକିଆ ପଥର ତାଜମହଲରେ ବ୍ୟବହୃତ ହୋଇଛି।

ଭୂମିକମ୍ପକରୁ ସୁରକ୍ଷା ଦେବା ଲକ୍ଷ୍ୟରେ ତାଜମହଲ ୪ଟି ମିନାରକୁ ଟିକେ ଅଣେଇକି ତିଆରି କରାଯାଇଛି। ଫଳରେ ଯେତେ ଭୂକମ୍ପ ହେଲେ ବି ଏହା ଗଳିପଡ଼ିବ ନାହିଁ

ଗୋଟାଏ ଦିନରେ ତାଜମହଲ ତିନି ପ୍ରକାରର ରଂଗ ପରିବର୍ତ୍ତନ କରେ। ଏହା ଜଣେ ନାରୀର ମନ ପରିବର୍ତ୍ତନକୁ ସୂଚୀତ କରେ।

ତାଜମହଲର ଏକ କାନ୍ଥରେ ଆଲ୍ଲାଙ୍କର ୯୯ ନାମ ଖୋଦେଇ କରାଯାଇଛି, ଏହା ହୁଏତ ଆପଣ କେବେ ନଜର କରିନଥିବେ।

ଶାହାଜାହାନ ଏକ କଳା ତାଜମହଲ ର୍ନିମାଣ କରିବା ଲକ୍ଷ୍ୟ ବି ରଖିଥିଲେ, ମାତ୍ର ଦୁଇଟି ତାଜମହଲ ହେଲେ ଗୁରୁତ୍ୱ କମ୍‌ ହୋଇଯିବ ଭାବ ପରବର୍ତ୍ତି ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ।

ତାଜମହଲ ତିଆରି ସଂପୂର୍ଣ୍ଣ ହେବାକୁ ଦୀର୍ଘ ୨୨ ବର୍ଷ ସମୟ ଲାଗିଥିଲା।

ତାଜମହଲ ନିର୍ମାଣରେ ୨୨,୦୦୦ ଶ୍ରମିକ, ଚିତ୍ରକର, ପଥର କଟାଳି ନିୟୋଜିତ ଥିଲେ।

ବିଶ୍ୱାସ ରହିଛି ଯେ ତାଜମହଲରେ ଥିବା ଗୁପ୍ତ ଗୃହ ଦୁଆର ଦେଇ ସେ ସମୟରେ ଶାହାଜାହାନ ଯିବା ଆସିବା କରୁଥିଲେ।

ତାଜମହଲର ବାହାର ପାର୍ଶ୍ୱରେ ଶାହାଜାହାନଙ୍କ ଅନ୍ୟ ପତ୍ନୀଙ୍କୁ ମଧ୍ୟ ପୋତା ଯାଇଛି।

ତାଜମହଲ ର୍ନିମାଣ ବେଳେ ୧୦୦୦ ରୁ ଊର୍ଦ୍ଧ୍ୱ ହାତୀ ବ୍ୟବହୃତ ହୋଇଥିଲେ।

୨୦୦୦ ମସିହାରେ ଯାଦୁକର ପିସି ସରକାର ତାଜମହଲକୁ ତାଙ୍କ ଯାଦୁରେ ଅଦୃଶ୍ୟ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର