ହ୍ଵାଟ୍‌ସଆପ୍‌ରେ ଆସୁଛି ନକଲି ମେସେଜ୍‌ ! ସାବଧାନ୍‌ ହୁଅନ୍ତୁ, ହୋଇଯିବ ଡାଟା ଲିକ୍‌

ନୂଆଦିଲ୍ଳୀ: ଆପଣଙ୍କ ପାଖକୁ ହ୍ଵାଟ୍‌ସଆପ୍‌ ଜରିଆରେ ପ୍ରତିଦିନ ରିଚାର୍ଜ ଅଫର, ପୁରସ୍କାର ରାଶି ଜିତିବା ଅଫର୍‌ ବା ରିୟଲିଟି ସୋ କେବିସିରେ ଏଣ୍ଟ୍ରି କରିବାକୁ ନେଇ ଅନେକ ମେସେଜ ଆସୁଥିବ । ଏବେ ହ୍ଵାଟ୍‌ସଆପ୍‌କୁ ଫଲ୍ସ ମେସେଜ ଆସି ବ୍ୟକ୍ତିଗତ ତଥ୍ୟ ମଗାଯିବା ଭଳି ଘଟଣା ସାମ୍ନାକୁ ଆସିଛି । ଏବେ ହ୍ଵାଟ୍‌ସଆପ୍‌ରେ ଲେଗୋଲ୍ୟାଣ୍ଡକୁ ନେଇ ଏକ ସ୍କାମ ଆରମ୍ଭ ହୋଇଛି। ଲେଗୋଲ୍ୟାଣ୍ଡ ତରଫରୁ ଅଧୀକାରିକ ଭାବେ ଏହା ନକଲ ବୋଲି ଘୋଷଣା କରାଯାଇ ଲୋକମାନଙ୍କୁ ସତର୍କ କରାଯାଇଛି ।

savvydroid.com

ସୂଚନା ମୁତାବକ, ଏବେ ଏବେ ବ୍ରିଟେନରେ ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଖକୁ ଏକ ବାର୍ତ୍ତା ଆସୁଛି । ଏହି ମେସେଜରେ ୫୦୦ ପରିବାରକୁ ୫ଦିନ ମାଗଣାରେ ଲେଗୋଲ୍ୟାଣ୍ଡ ଥିମ୍‌ ପାର୍କରେ ରହିବାକୁ ଦିଆଯିବ ବୋଲି ଲେଖା ଯାଇଛି । ଏହି ମେସେଜ ସହ ଏକ ଲିଙ୍କ ମଧ୍ୟ ଆସୁଛି । ଯାହା ଉପରେ କ୍ଲିକ୍‌ କରିବା ପରେ ଏକ ପେଜ୍‌ ଖୋଲିବା ସହ କିଛି ପ୍ରଶ୍ନର ଉତ୍ତର ଦେବା ପାଇଁ କୁହାଯାଉଛି । ଉତ୍ତର ଦେବା ପରେ ବ୍ୟକ୍ତଗତ ତଥ୍ୟ ମଗାଯାଉଛି। ଏହି ସ୍କାମର ମେସେଜ ହ୍ଵାଟସ୍‌ଆପ୍‌ ସହ ଫେସ୍‌ବୁକ୍‌ ଏବଂ ଟ୍ଵିଟରରେ ମଧ୍ୟ ଆସୁଥିବାର ଦେଖିବାକୁ ମିଳୁଛି । ଏହା ସହ ଫେସ୍‌ବୁକ୍‌ ପୋଷ୍ଟ କରି ନକଲି ବିଜେତାଙ୍କ ଫଟୋ ମଧ୍ୟ ସେୟାର କରାଯାଉଛି । ଏହି ପୋଷ୍ଟକୁ ମିଛ ବୋଲି ଏହା କୌଣସି ଅଫିସିଆଲ ପୋଷ୍ଟ ନୁହଁ ବୋଲି କହିଛି ଲେଗୋଲ୍ୟାଣ୍ଡ । ଏହା ସହ ବ୍ୟବହାରକାରୀଙ୍କୁ ଏଭଳି ଠକାମି ନିଜକୁ ଦୂରେଇ ରଖିବା ପାଇଁ ମଧ୍ୟ ଲେଗୋଲ୍ୟାଣ୍ଡ ତରଫରୁ ନିବେଦନ କରାଯାଇଛି ।

ସମ୍ବନ୍ଧିତ ଖବର