ଇଚ୍ଛା ଥିଲା ଝିଅ ବାହାଘର ଦେଖିବା, ଝିଅ ମଥାରେ ସିନ୍ଦୂର ଭରିବା ମାତ୍ରେ ଉଡିଗଲା ପିତାଙ୍କ ପ୍ରାଣବାୟୁ

ବାରାଣାସୀ: ହସ୍‌ପିଟାଲ ପରିସରରେ ବିଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳିଥିଲା। ନିକଟରେ ଶ୍ରୀ ଶିବପ୍ରସାଦ ଗୁପ୍ତା ହସ୍‌ପିଟାଲରେ ଏଭଳି ଏକ ବାସ୍ତବ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କୁ ଏକ ସିନେମା କାହାଣୀ ଭଳି ଲାଗିବ।

ଗାଜିପୁରରେ ବସବାସ କରୁଥିବା ମଞ୍ଜୁଙ୍କ ବିବାହ ବାରାଣାସୀର ଲହରତାରାରେ ରହୁଥିବା ବିନୋଦଙ୍କ ସହିତ କିଛି ମାସ ପୂର୍ବେ ସ୍ଥିର ହୋଇଥିଲା। ଝିଅର ବିବାହ ସ୍ଥିର ହେବାର କିଛିଦିନ ପରେ ତାର ବାପାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଲା। ଧୀରେଧୀରେ ଝିଅ ପିତାଙ୍କ ଅବସ୍ଥା ଶୋଚନୀୟ ହେବାର ତାଙ୍କୁ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ମଞ୍ଜୁର ପିତାଙ୍କୁ ଦେଖିବା ପାଇଁ ବିନୋଦଙ୍କ ପରିବାରଲୋକ ହସ୍‌ପିଟାଲକୁ ଆସିଥିଲେ। ସେଠାରେ ଫୁଲଚନ୍ଦଙ୍କ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଥିଲେ। ସେ ସେତେବେଳକୁ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ବିନୋଦ ପରିବାର ଫୁଲଚନ୍ଦଙ୍କ ଶେଷ ଇଚ୍ଛା ପଚାରିଥିଲେ। ଫୁଲଚନ୍ଦ ଝିଅର ବିବାହ ଦେଖିବେ ବୋଲି କହିଥିଲେ। ତୁରନ୍ତ ଫୁଲଚନ୍ଦଙ୍କ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ବିନୋଦଙ୍କ ପରିବାର ଲୋକ ହସ୍‌ପିଟାଲରେ ହିଁ ମଞ୍ଜୁଙ୍କ ମଥାରେ ବିନୋଦକୁ ସିନ୍ଦୂର ଭରିବାକୁ କହିଥିଲେ। ଯେମିତି ହିଁ ବିନୋଦ ମଞ୍ଜୁ ମଥାରେ ସିନ୍ଦୂର ଭରିଛନ୍ତି ଫୁଲଚନ୍ଦ ଶାନ୍ତିରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର