ଓଡିଶାର ବିନିଦିଦିଙ୍କ ପରେ ଏବେ ଛତିଶଗଡ଼ର ପୁଷ୍ପଲତା, ଲୋକଙ୍କ ଚିକିତ୍ସା ପାଇଁ ନଦୀ ପାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାଆନ୍ତି

ରାୟପୁର: କିଛିଦିନ ତଳେ ଢ଼େଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ୍‌ ଅନ୍ତର୍ଗତ ରଥିଆପାଳ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ  ଶିକ୍ଷୟିତ୍ରୀ ବିନୋଦିନୀ ସାମଲ ସାପୁଆ ନଦୀରେ ବେକେବେକେ ପାଣିରେ ପଶି ପିଲାଙ୍କୁ ପାଠ ପଢ଼ାଇବାକୁ ସବୁଦିନ ସ୍କୁଲରେ ଯାଇ  ପହଁଞ୍ଚି ଥାଆନ୍ତି। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର ଧରିଥିଲା। ଏମିତି ଏକ ସମାନ ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି।

ପୁଷ୍ପଲତା ନାମକ ଜଣେ ମହିଳା ବିନା ଦ୍ୱିଧାରେ ଭରା ନଈ, ପ୍ରଖର ସ୍ରୋତ, ନଈ ମଝିରେ ଅଣ୍ଟେ ଅଣ୍ଟେ ପାଣି, ପାଣି ଭିତରେ ପାଦେ ପାଦେ ବିପଦ ଥାଇ ବି ପ୍ରତିଦିନ ସେ ଏହାକୁ ଅତିକ୍ରମ କରି ଲୋକଙ୍କୁ ଚିକିତ୍ସା କରିବାକୁ ପହଁଞ୍ଚି ଯାଇ ଥାଆନ୍ତି।

ପୁଷ୍ପଲତା କହନ୍ତି, ଲୋକଙ୍କ ଦୁଃଖ, ରୋଗୀର ଆର୍ତ୍ତ ଚିତ୍କାର, କଅଁଳା ଶିଶୁର କାନ୍ଦ ଆଉ ଗର୍ଭବତୀ ମହିଳାର ଗୁହାରୀ ନଦୀ ପାରକରି ଆରପଟକୁ ଯିବାକୁ ତାଙ୍କୁ ସାହସ ଦେଇଥାଏ । ରୋଗୀଟିଏ ଭଲ ହେବା ପରେ ତା’ ମୁହଁର ହସ ତାଙ୍କୁ ଆତ୍ମତୃପ୍ତି ଦିଏ ।

ପୁଷ୍ପାଙ୍କୁ ଲୋକେ ସେବାର ସାକ୍ଷାତ ଦେବୀ ବୋଲି କହୁଛନ୍ତି। ଛତିଶଗଡ ବଳରାମପୁର ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଷ୍ପଲତା କାମ କରନ୍ତି। ପ୍ରତିଦିନ ପୁଷ୍ପଲତା ପ୍ରଖର ସ୍ରୋତ ଥିବା ନଦୀ ପାର ହେବା ପରେ ବିଲରେ ଚାଲିଚାଲି ଜଙ୍ଗଲିଆ ରାସ୍ତା ଦେଇ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚି ଥାଆନ୍ତି। ତେବେ ଜୀବନ ପ୍ରତି ବିପଦ ଥିଲେ ବି ଲୋକଙ୍କ ସେବା ଆଗରେ ସେସବୁ ତୁଚ୍ଛ ବୋଲି ପୁଷ୍ପା କହନ୍ତି ।

ସମ୍ବନ୍ଧିତ ଖବର