ମନପସନ୍ଦର ଯୁବତୀକୁ ବାହା ହେବା ପାଇଁ ଯୁବକଙ୍କୁ କରିବାକୁ ପଡ଼େ ଏହି କାମ

ବିଭିନ୍ନ ଦେଶର ବାହାଘର ପରଂପରା ବି ଭିନ୍ନ ଭିନ୍ନ। ଏମିତି ବି କିଛି ଦେଶରେ ଏଭଳି ପ୍ରଥା ରହିଛି,ଯାହା ଶୁଣିଲେ ଅଜବ ଲାଗେ। ଫିଜି ଏଭଳି ଏକ ଦେଶ,ଯେଉଁଠାରେ ଏକ ଅଜବ ପରଂପରା ରହିଛି। ବିବାହକୁ ନେଇ ଯୁବକ,ଯୁବତୀମାନେ ଚିନ୍ତିତ ଓ ରୋମାଞ୍ଚତ ରହିଥାନ୍ତି। ହେଲେ ସେଠାରେ ଜଣେ ଲୋକ ନିଜର ପ୍ରେମିକା ବା ମନ ପସନ୍ଦର ଯୁବତୀକୁ ବିବାହ କରିବାକୁ ତିମି ମାଛ ସହିତ ଲଢିବାକୁ ପଡିବ । ଖାଲି ସେତିକି ନୁହେଁ , ତିମିର ଦାନ୍ତ ବି ଭାଙ୍ଗିବାକୁ ପଡ଼ିବ ଯୁବକକୁ। ଏହା ବିବାହ ପୂର୍ବରୁ କରିବାକୁ ପଡ଼ିବ।

ଫିଜି ଦେଶରେ ତବୁଆ ନାମକ ଏକ ଅଜବ ପରଂପରା ରହିିଛି। ଏହା ସେହି ଦେଶର ସବୁଠାରୁ ଲୋକପ୍ରିୟ ପ୍ରଥା। ଏହି ପରଂପରା ଅନୁଯାୟୀ ଯଦି ଜଣେ ଯୁବକ ନିଜ ମନ ପସନ୍ଦର କୌଣସି ଯୁବତୀକୁ ବାହା ହେବାକୁ ଚାହଁ,ତେବେ,ତାକୁ ସର୍ବପ୍ରଥମେ ସବୁଠାରୁ ବଡ଼ ମାଛ ‘ତିମି’ ସହିତ ଲଢ଼ିବାକୁ ପଡ଼ିବ। ଖାଲି ସେତିକି ନୁହେଁ ତିମି ମାଛର ଦାନ୍ତ ମଧ୍ୟ ଓପାଡିବାକୁ ପଡ଼ିବ ଯୁବକଙ୍କୁ। ସେହି ଦାନ୍ତକୁ କନ୍ୟା ପିତାଙ୍କୁ ଦେବାର ପ୍ରଥା ରହିଛି।

ଯଦି କୌଣସି କାରଣରୁ ଯୁବକ ଏଭଳି କରିବାରେ ଅକ୍ଷମ ହୁଏ ବା ଅସଫଳ ହୁଏ ,ତେବେ ବାହାଘର ଭାଙ୍ଗିଯାଏ। ଯୁବକକୁ ନିଜ ମନପସନ୍ଦର ଯୁବତୀ ମିଳି ନ ଥାନ୍ତି। ‘ଫିଜି’ରେ ତବୁଆ ପରଂପରା ଅନେକ ଦିନରୁ ପ୍ରଚଳିତ ହୋଇ ଆସୁଛି।

ସମ୍ବନ୍ଧିତ ଖବର