ଏଣିକି ପରିବେଶକୁ ଅପରିଷ୍କାର କଲେ ଦେବାକୁ ପଡିବ ଜରିମାନା!

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପରିବେଶ ପ୍ରଦୂଷଣ। ପରିବେଶକୁ ସଫାସୁତୁରା ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଥିଲେ ମଧ୍ୟ ଏହାର ସୁଫଳ ମିଳିପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସଡ଼କକୁ ସଫା ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନେକ ଆଇନ୍‌ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖାଯାଇ ପାରୁନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‌ ଏକ ସମାଧାନର ବାଟ ବାହାର କରିଛନ୍ତି।

photo by : Times of India

ଯେଉଁମାନେ ପରିବେଶକୁ ଅପରିଷ୍କାର କରୁଛନ୍ତି ସେମାନଙ୍କୁ ଏଣିକି ଏ ନେଇ ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା କରାଯାଇଛି। ଯଦି କୌଣସି ବ୍ୟକ୍ତି ରାସ୍ତାରେ ହେଉ ବା ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଛି, ଛେପ ପକାଉଛି ବା ଶୌଚ କରୁଛି ତେବେ ତାକୁ ଏଥିପାଇଁ ଜରିମାନା ଦେବାକୁ ହେବ। ସରକାରଙ୍କ ଏହି ନିଷ୍ପତ୍ତି ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବ ବୋଲି ଆଶା କରାଯାଉଛି।

ଏହି ନିୟମକୁ ସେପ୍ଟେମ୍ବର ୮ରୁ ଲାଗୁ କରାଯାଇଥିବା ବେଳେ ରାସ୍ତାରେ ଛେପ ପକାଇଲେ ୧୫୦ ଟଙ୍କା, ଅଳିଆ ଫିଙ୍ଗିଲେ ୧୮୦ ଟଙ୍କା ଏବଂ ଶୌଚ ହେଲେ ୫୦୦ ଟଙ୍କା ଜରିମାନା ବାବଦରେ ରଖାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର