୮ କଳାକାରଙ୍କ ସହ ଚନ୍ଦ୍ରକୁ ଯାତ୍ରା କରିବେ ଜାପାନର ଏହି କୋଟିପତି

ଟୋକିଓ : ଆପଣଙ୍କର ଛୋଟ ବେଳେ ମନେଥିବ ଅବୁଝା ହେଲେ ମା’ମାନେ ଜହ୍ନମାମୁ କଥା କହି ଆମକୁ ବୁଝାଇଥାନ୍ତି । ଆଜିର ବିଜ୍ଞାନ ଯୁଗରେ ଲୋକେ ଯାଇ ସେ ଜହ୍ନମାମୁ ପାଖରେ ପହଞ୍ଚ ସାରିଲେଣି । ସେହିପରି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚନ୍ଦ୍ରକୁ ଯିବା ପାଇଁ ଆଶା ରଖିଛନ୍ତି, କିନ୍ତୁ ସାଧାରଣ ଲୋକଙ୍କ ପକ୍ଷରେ ଏହା ସମ୍ଭବ ନୁହେଁ । ଜାପାନର କୋଟିପତି ୟୁସୁକ୍‌ ମିଜଓ୍ଵା ବି ଆମମାନଙ୍କ ଭଳି ଜଣେ ସାଧାରଣ ମଣିଷ। କିନ୍ତୁ ତାଙ୍କର ଚନ୍ଦ୍ରକୁ ଯାତ୍ରା କରିବାର ଛୋଟବେଳର ଇଚ୍ଛା ଆଜି ପୂରଣ ହେବାକୁ ଯାଉଛି । ସେ ଦୁନିଆର ପ୍ରଥମ ଘରୋଇ ଯାତ୍ରୀ, ଯିଏ ଚନ୍ଦ୍ରକୁ ଯାତ୍ରା କରିବେ ।

ଅନଲାଇନ୍‌ ଫ୍ୟାସନ ଟାଇକୁନ୍‌ ୟୁସୁକ୍‌ ଜାପାନର ୧୮ ନଂ ଧନୀ ବ୍ୟକ୍ତି ଅଟନ୍ତି । ସେ ପ୍ରଥମ ସାଧାରଣ ବ୍ୟକ୍ତି ଭାବେ ଚନ୍ଦ୍ରକୁ ଯାତ୍ରା କରିବେ । ସ୍ପେସ୍‌-x ରକେଟ୍‌ ମାଧ୍ୟମରେ ୨୦୨୩ ମସିହାରେ ୬ରୁ ୮ ଜଣ କଳାକାରଙ୍କୁ ସାଥିରେ ନେଇ ସେ ଚନ୍ଦ୍ରକୁ ଯାତ୍ରା କରିବେ ବୋଲି କହିଛନ୍ତି । ୟୁସୁକ୍‌ କଳାକୁ ବହୁତ ପସନ୍ଦ କରନ୍ତି ସେଥିପାଇଁ ସେ ଦୁନିଆର ଭଲ ଭଲ ୮ ଜଣ କଳାକାରଙ୍କୁ ତାଙ୍କ ସହ ନେବା ପାଇଁ ଯୋଜନା କରିଛନ୍ତି । ଫୋବର୍ସ ମାଗାଜିନ୍‌ର ରିପୋର୍ଟ ଅନୁସାରେ ସେ ଜାପାନର ସବୁଠୁ ବଡ ଅନ୍‌ଲାଇନ ଫ୍ୟାସନ ମଲ୍‌ର ମାଲିିକ ଅଟନ୍ତି । ବର୍ତ୍ତମାନ ସେ $ ୩ ବିଲିୟନ୍‌ ସମ୍ପତ୍ତିର ଅଧିକାରୀ ଅଟନ୍ତି । ଏହି ଯାତ୍ରା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧିତ ଖବର