ଗବେଷଣାରୁ ପ୍ରମାଣିତ: ଏଚଆଇଭିର ପ୍ରଥମ ଅବସ୍ଥା ହେଉଛି ଚିନ୍ତା ଏବଂ ଭୁଲିବା

ନୂଆଦିଲ୍ଲୀ : ଗବେଷଣାରୁ ଜଣାପଡ଼ିଛି ହ୍ୟୁମାନ ଇମ୍ୟୁନୋଡ଼େଫିସିଏନସି ଭାଇରସ (ଏଚଆଇଭି ) ପ୍ରଥମ ଅବସ୍ଥାରେ  ସିଧାସଳଖ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ଆଗରୁ ଗବେଷଣାରୁ ଜଣାପଡ଼ିଥିଲା ଏଚଆଇଭି ରୋଗୀଙ୍କୁ ବିଭିନ୍ନ ନକାରତ୍ମକ ଭାବନା ଆସିଥାଏ, ଯେଉଁ କାରଣରୁ ସେମାନେ ଅଧିକ ଚିନ୍ତା କରିବା ସହ ସବୁ ଜିନିଷ ଭୁଲିବାକୁ ଲାଗିଥାନ୍ତି। କିନ୍ତୁ ଏହା ସ୍ପଷ୍ଟ ହୋଇ ନ ଥିଲା, ଏହି ଭାଇରସ ସିଧାସଳଖ ଭାବେ ମସ୍ତିଷ୍କରେ ପ୍ରଭାବ ପକାଇଥାଏ କି ଶରୀରର ଅନ୍ୟ ଅଂଶକୁ ପ୍ରଥମେ ଗତି କରିଥାଏ ।

The North East Today

“ଆମେ ଗବେଷଣା ଦ୍ୱାରା ଜାଣିବାକୁ ପାଇଛୁ, ଏଚ୍‌ଆଇଭି ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ରୋଗୀ ଏହାର ପ୍ରଥମ ସ୍ତରରେ ଅସ୍ୱସ୍ତି, ଥକାପଣ ଏବଂ ଚିନ୍ତା ଅନୁଭବ କରିଥାଏ,” ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ସ୍ଟେଲେନବୋସ ବିଶ୍ୱବିଦ୍ୟାଳୟର ସ୍ଟିଫାନ ଡ଼୍ୟୁ ପ୍ଲିସିସ୍‌ । ଫଙ୍କସନାଲ ମ୍ୟାଗନେଟିକ ରିସୋନାନ୍ସ ଇମେଜିଙ୍ଗ୍‌ (ଏଫଏମଆରଆଇ) ଟେକନିକ ଦ୍ୱାରା ବୈଜ୍ଞାନିକମାନେ ଏଚଆଇଭି ରୋଗୀ ଏବଂ ସୁସ୍ଥ ବ୍ୟକ୍ତି ମସ୍ତିଷ୍କ ମଧ୍ୟରେ ପାର୍ଥକ୍ୟ ନିରୂପଣ  କରାଯିବା ପରେ  ଏହା ପ୍ରମାଣିତ ହୋଇଥିଲା। ଏଚଆଇଭି ରୋଗୀମାନଙ୍କ ମସ୍ତିଷ୍କରେ କାର୍ଯ୍ୟ କରିବା ସମୟରେ ସଠିକ ରୁପେ ରକ୍ତ ପ୍ରବାହ ହେଉ ନ ଥିବା ପ୍ରମାଣିତ ହୋଇଥିଲା।

ସମ୍ବନ୍ଧିତ ଖବର