ବିଶ୍ୱ ସାହିତ୍ୟର ପ୍ରଥମ ଶବ୍ଦ କ’ଣ ?

ଅଗ୍ନି ଦେବତା ହେଉଛନ୍ତି ଯଜ୍ଞର ପ୍ରଧାନ ଅଙ୍ଗ । ଅଗ୍ନିଦେବ ସର୍ବତ୍ର ବିଦ୍ୟମାନ । ସେ ସର୍ବତ୍ର ଅଗ୍ନିରୁ ହିଁ ଉତ୍ପନ୍ନ ଏବଂ ସମସ୍ତ ଗ୍ରହକୁ ମଧ୍ୟ ସେ ହିଁ ଧାରଣ କରିଛନ୍ତି । ବେଦମାନଙ୍କ ମଧ୍ୟରେ ସର୍ବପ୍ରଥମ ନାମ ହେଉଛି ଋଗ୍‌ବେଦ ଏବଂ ସେଥିରେ ପ୍ରଥମ ଶଦ୍ଦ ‘ଅଗ୍ନି’ ରୁ ହିଁ ପ୍ରାପ୍ତ ହୋଇଥାଏ । ଏଣୁ କୁହାଯାଏ ଯେ ବିଶ୍ୱ ସାହିତ୍ୟର ପ୍ରଥମ ଶବ୍ଦ ମଧ୍ୟ ‘ ଅଗ୍ନି’ । ଏତେ ରୟ ଆଦି ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ମଧ୍ୟ ଏକାଧିକବାର କୁହାଯାଇଛି ଯେ ଦେବତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେଉଛି ‘ ଅଗ୍ନି’ଙ୍କର ।

ଆଚାର୍ଯ୍ୟ ମାସ୍କ ଓ ସାୟଣାଚାର୍ଯ୍ୟ ଋଗ୍‌ବେଦର ପ୍ରାରମ୍ଭରେ ଅଗ୍ନିଙ୍କର ସ୍ତୁତି କରିଛନ୍ତି । ଏହାର କାରଣ ହେଲା ଯେ ଅଗ୍ନି ହେିଁ ଦେବତାମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ସବୁଠୁଁ ଆଗରେ ଚାଲି ଥାଆନ୍ତି । ଯୁଦ୍ଧରେ ଅଗ୍ନିଦେବ ହିଁ ସେନାପତିର କାର୍ଯ୍ୟ କରି ଥାଆନ୍ତି । ତାଙ୍କୁ ହିଁ ଆଗରେ ରଖି ଦେବଗଣ ଯୁଦ୍ଧ କରି ରାକ୍ଷସମାନଙ୍କୁୂ ପରାଜିତ କରିଥିଲେ ।ଯଜ୍ଞ ରେ ଅଗ୍ନି ନ ଜଳିଲେ ତାହା ସମ୍ଭବ ନୁହେଁ । ଭାରତୀୟ ସଂସ୍କୃତିରେ ‘ଯଜ୍ଞ’ର ମହାନ୍‌ ଆବଶ୍ୟକତା ଉଲ୍ଲେଖ ରହିଛି । ବିବାହ, ଗୃହ ପ୍ରତିଷ୍ଠା, ଭୂମିପୂଜନ, ଅନ୍ତେଷ୍ଟି ଇତ୍ୟାଦି ଅଧିକାଂଶ କାର୍ଯ୍ୟରେ ‘ଯଜ୍ଞ’ ଆୟୋଜିତ ହୋଇଥାଏ । ଏଥିପାଇଁ ଅଗ୍ନି ସଂଯୋଗ ଆବଶ୍ୟକତା ପଡେ । ଏଇଥିରୁ ସହଜରେ ଅନୁମେୟ ଯେ ଆମର ଆଧ୍ୟାତ୍ମିକ ଜୀବନରେ ଅଗ୍ନିଦେବ କିପରି ଭାବେ ଜଡ଼ିତ ।

ସମ୍ବନ୍ଧିତ ଖବର