ଆଜିର ଦିନରେ ୟୁଟ୍ୟୁବରେ ପ୍ରଥମ ଥର ଅପଲୋଡ ହୋଇଥିଲା ଏହି ଭିଡିଓ, ନାମ କ’ଣ ଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ୟୁଟ୍ୟୁବରେ ପ୍ରତିଦିନ ବିଭିନ୍ନ ରକମର ଅନେକ ଭିଡିଓ ଅପଲୋଡ ହେବାର ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓ ମଧ୍ୟରୁ କେତେକ ଭାଇରାଲ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ତେବେ ଜାଣନ୍ତି କି? ପ୍ରଥମଥର କେବେ, କିଏ, କେଉଁ ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଥିଲେ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

୨୦୦୫ ଏପ୍ର୍ରିଲ ୨୩ରେ ଅର୍ଥାତ୍‌ ଆଜି ଦିନରେ ୟୁଟ୍ୟୁବ ସହ-ପ୍ରତିଷ୍ଠାତା ଜାଭେଦ୍ କରିମ ୟୁଟ୍ୟୁବରେ ପ୍ରଥମଥର ଭିଡିଓ ଅପଲୋଡ କରିଥିଲେ। ତେବେ ଏହି ଭିଡିଓର ନାମ ସେ ଦେଇଥିଲେ ‘ମି ଆଟ ଦ ଜୁ’ । ଏହି ଭିଡିଓଟି ୧୮ସେକେଣ୍ଡର ଥିଲା । ପ୍ରଥମଥର ଅପଲୋଡ ହୋଇଥିବା ଏହି ଭିଡିଓରେ କରିମ ଦୁଇଟି ହାତୀ ପାଖରେ ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ଆଜକୁ ଏହି ଭିଡିଓ ଅପଲୋଡ ହେବାର ୧୩ବର୍ଷ ପୂର୍ତ୍ତି ହୋଇ ସାରିଛି। ସୂଚନାଯୋଗ୍ୟ, ୟୁଟୁବ୍‌ର ସ୍ଥାପନା ୨୦୦୫ ଫେବ୍ରୁଆରି ୧୪ରେ ହୋଇଥିଲା। ଫ୍ରେବୁଆରି ୧୪କୁ ‘ଭ୍ୟାଲେଣ୍ଟଟାଇନ୍‌ ଡେ’ ଭାବେ ବି ଯୁବପିଢ଼ିମାନେ ପାଳନ ବି କରି ଥାଆନ୍ତି।

ସମ୍ବନ୍ଧିତ ଖବର