ମାଛ ଖାଉନଥିବା ଲୋକଙ୍କ ତୁଳନାରେ ମାଛ ଖାଉଥିବା ବ୍ୟକ୍ତିଙ୍କ ଆୟୁଷ ଅଧିକ!

ସାଧାରଣତଃ ମାଛ ଖାଉଥିବା ଲୋକଙ୍କ ତୁଳନାରେ ମାଛ ଖାଉନଥିବା ଲୋକଙ୍କର ଆୟୁଷ କମ୍‌ ହୋଇଥାଏ । ତେବେ ଏହାକୁ ନେଇ ନେଇ ଚୀନ୍‌ର ଜୋଜିୟାଂଙ୍ଗ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି କି, ଓମେଗା ଥ୍ରି ଫ୍ୟାଟି ଏସିଡ୍‌ଯୁକ୍ତ ସାଲମନ,ଟ୍ୟୁନା,ମୈକେରେଲ୍‌ ଏବଂ ସାର୍ଡିନ୍‌ ଭଳି ମାଛ ଖାଇଲେ ବ୍ୟକ୍ତିକୁ କ୍ୟାନ୍‌ସର୍‌ ହୋଇ ନଥାଏ। କାରଣ ଏଥିରେ ଓମେଗା ଥ୍ରି ଫ୍ୟାଟି ଏସିଡ଼୍‍ ଯୁକ୍ତ ରହିଥାଏ । ତାହାର ସେବନ କଲେ ହୃଦ୍‌ଜନିତ ସମସ୍ୟାକୁ ବି ରୋକାଯାଇପାରେ! ତେବେ ଏହାକୁ ନେଇ କରାଯାଇଥିବା ଗବେଷଣାରୁ ଆହୁରି ମଧ୍ୟ ଜଣାଯାଇଛି ଯେ,ମାଛ ଖାଇବା ଯୋଗୁଁ ଯେ କେବଳ ବ୍ୟକ୍ତିର ଆୟୁଷ ବୃଦ୍ଧି ହୋଇଥାଏ , ତାହା ନୁହେଁ ବରଂ ଉକ୍ତ ବ୍ୟକ୍ତିର ଜୀବନ ମଧ୍ୟ ସୁଖପ୍ରଦ ହୋଇଥାଏ।

ତେବେ ଏହାକୁ ନେଇ କରାଯାଇଥିବା ୧୬ ବର୍ଷର ଅଧ୍ୟୟନରେ ୨ ଲକ୍ଷ ୪୦ ହଜାର ୭୨୯ ଜଣ ପୁରୁଷ ଏବଂ ୧ଲକ୍ଷ ୮୦ ହଜାର ୫୮୦ ଜଣ ମହିଳାଙ୍କୁ ନିଆଯାଇଥିଲାବେଳେ ଏହି ପରୀକ୍ଷା ସମୟରେ ୫୪ ହଜାର ୨୩୦ ଜଣ ପୁରୁଷ ଏବଂ ୩୦ ହଜାର ୮୮୨ ଜଣ ମହିଳାଙ୍କର ମୃତ୍ୟୁ ଘଟିିଥିଲା। ତେବେ ଏହି ଅଧ୍ୟୟନ ଅନୁଯାୟୀ,ମାଛରେ ମିଳୁଥିବା ଓମେଗା ଥ୍ରି ଏସିଡ୍‌ ଏବଂ ସମୁଦାୟ ମୃତ୍ୟୁ ସମୟରେ ବ୍ୟକ୍ତିଙ୍କ ମଧ୍ୟରେ ତାହାର ମହତ୍ତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଥାଏ। ବିଶେଷଜ୍ଞମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି କି,ଯେଉଁ ପୁରୁଷ ବା ମହିଳାମାନେ ମାଛ ଖାଆନ୍ତି ,ସେମାନଙ୍କଠାରେ ସମୁଦାୟ ମୃତ୍ୟୁ ସାଧାରଣ ମୃତ୍ୟୁ ତୁଳନାରେ ୯ ପ୍ରତିଶତ କମ୍‌ ।

ଠିକ୍‌ ସେହିପରି ହୃଦ୍‌ଜନିତ ସମସ୍ୟା ପାଇଁ ହେଉଥିବା ମୃତ୍ୟୁର ପରିମାଣ ବି ୧୦ ପ୍ରତିଶତ କମ୍‌ ହୋଇଥାଏ। ଏହାସହିତ ମାଛ ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନ୍‌ସର୍‌ କାରଣରୁ ହେଉଥିବା ମୃତ୍ୟୁ ପରିମାଣ ମଧ୍ୟ ୬ ପ୍ରତିଶତ କମିଯାଇଥାଏ। ଏତଦ୍‌ବ୍ୟତୀତ ମାଛ ଖାଉଥିବା ବ୍ୟକ୍ତିଙ୍କଠାରେ ଶ୍ୱାସଜନିତ ରୋଗ ଲାଗି ହେଉଥିବା ମୃତ୍ୟୁର ପରିମାଣ ବି ୨୦ ପ୍ରତିଶତ କମିଯାଇଥାଏଏ ବୋଲି ଏହି ଗବେଷଣାରେ କୁହାଯାଇଛି।

ସମ୍ବନ୍ଧିତ ଖବର