ମହିଳା ଧରିଲେ ଦୁଇଟି ମୁହଁ ଥିବା ଅଦ୍ଭୁତ ମାଛ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଜଣେ ମହିଳା ମାଛ ଧରୁଥିବା ସମୟରେ ତାଙ୍କ ହାତରେ ଏକ ଅଦ୍ଭୁତ ମାଛ ଲାଗିଥିଲା। ଏହି ମାଛର ଦୁଇଟା ମୁହଁ ଥିବା ସେ ଦେଖିବାକୁ ପାଇଥିଲେ। ଏହି ଫଟୋଟି ଫେସ୍‌ବୁକ୍‌ରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ନିଜ ସ୍ୱାମୀଙ୍କ ସହ ଲେକ ଚମ୍ପଲେନ୍‌ରେ ଡେବି ଛୁଟି କାଟୁଥିବା ସମୟରେ ଏହି ଅଦ୍ଭୁତ ମାଛକୁ ଧରିଥିଲେ। ଏହି ଘଟଣାର କିଛି ଫଟୋ ଡେବି ତାଙ୍କର ଅଫିସ୍‌ର କିଛି ସହକର୍ମୀଙ୍କ ପାଖକୁ ପଠାଇଥିଲେ। ଡେବିଙ୍କ ଅଫିସ ସହକର୍ମୀ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର ବି କରିଥିଲେ। ଯାହାପରେ ଏହା ଭାଇରାଲ ହୋଇଯାଇଥିଲା।

ଡେବି ଗେଡେସ୍‌ଙ୍କ କହିବାନୁସାରେ, ଯେତେବେଳେ ମାଛକୁ ଆମେ ବୋଟ ଆଡକୁ ଟାଣିିଥିଲୁ ଆମକୁ ଜଣା ନଥିଲା କି ଏହି ମାଛର ଦୁଇଟି ମୁହଁ ଅଛି ବୋଲି। ଏହି ମାଛକୁ ଦେଖିବାକୁ ବହୁତ ଅଦ୍ଭୁତ ଲାଗୁଛି। ଲୋକମାନେ ବି ଏହି ଫଟୋକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେବା ସହିତ ବିିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର