ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତଥାପି ଆଜିବି ଆମ ଦେଶରେ ଭୋକରେ ଲୋକଙ୍କ ମୃତ୍ୟୁ ହେଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଏବେ ବି ଅନେକ ଲୋକ ବସବାସ କରୁଛନ୍ତି। ସରକାରଙ୍କର ଯୋଜନାମାନ ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ତଥାପି ସମାଜରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ଏପରି କ୍ଷେତ୍ରରେ ଗରିବ ଲୋକମାନଙ୍କ ସେବା ପାଇଁ ଆଗେଇ ଆସିଛନ୍ତି ବିଳାସପୁରର ୫ ଜଣ ବନ୍ଧୁ, ଯେଉଁମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମହାନ କାମ କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଳାସପୁର ସହରର ଏହି ୫ ଜଣ ବନ୍ଧୁ ଗରିବଙ୍କୁ ସାହାଯ୍ୟ ପାଇଁ ଖୋଲିଛନ୍ତି ରୋଟି ବ୍ୟାଙ୍କ। ସୂଚନା ଅନୁସାରେ ୫ ଜଣ ଯାକ ବ୍ୟବସାୟୀ। ଆଉ ଉଭୟଙ୍କ ଦୋକାନ ପାଖାପାଖି ରହିଛି । ସବୁଠାରୁ ବଡ଼ କଥା ହେଲା ଏମାନେ ଏପରି କିଛି କରୁଛନ୍ତି, ଯାହା ସରକାର ମଧ୍ୟ କରିପାରି ନାହାନ୍ତି । ପାଞ୍ଚ ଜଣଯାକ ସାଙ୍ଗ ୩ ବର୍ଷ ପୂର୍ବରୁ ଏକ ରୋଟି ବ୍ୟାଙ୍କ୍ ଖୋଲିଥିଲେ। ସେମାନେ ସବୁଦିନ ସହରର ଭିନ୍ନ ଭିନ୍ନ ମେଡ଼ିକାଲ ଯାଇ ପ୍ରତିଦିନ ଗରିବ ଶ୍ରେଣୀର ଲୋକଙ୍କୁ ଭେଟନ୍ତି ଏବଂ ସେମାନଙ୍କୁ ଖାଇବା ଯୋଗାନ୍ତି। କେବଳ ଭୋଜନ ନୁହେଁ ଅନ୍ୟ ଦରକାରୀ ଜିନିଷ ମଧ୍ୟ ଯୋଗାଇ ଥାଆନ୍ତି।
ରୋଟି ବ୍ୟାଙ୍କ ଚଳାଉଥିବା ଏହି ୫ ଜଣଙ୍କ ସାଙ୍ଗ ହେଲେ ପ୍ରବୀଣ କୁମାର, ରାଜ ସାଧବାନୀ, ଅଭିଷେକ ମିଶ୍ରା, ରାଜେଶ ଚନ୍ଦବାନି ଓ ନବୀନ କୋଠୁରୱାର। ଏମାନେ ୧୫ ବର୍ଷ ପୂର୍ବେ ବନ୍ଧୁତାର ପବିତ୍ର ଡ଼ୋରରେ ବାନ୍ଧି ହୋଇଥିଲେ। ସମସ୍ତେ ବ୍ୟବସାୟୀ ଏବଂ ସମସ୍ତଙ୍କ ଦୋକାନ ଲାଗିଲାଗି ରହିଛି । ସେମାନେ ଜଣେ ଜଣକୁ କାମରେ ସାହାଯ୍ୟ କରିବା ସହ ସାମାଜିକ କାମ ମଧ୍ୟ ଏକାଠି କରନ୍ତି। ସମସ୍ତଙ୍କ ବନ୍ଧୁତା ଏବେ ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛି। ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନାହିଁ।