ଆସନ୍ତୁ ଜାଣିବା, ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଭାରତୀୟଙ୍କ ବିଷୟରେ!

ବିଶ୍ୱଦରବାରରେ ସୁଖ୍ୟାତି ଅର୍ଜନ କରିଥିବା ଏଭଳି କିଛି ଲୋକ ଆମ ଦେଶରେ ଅଛନ୍ତି ଯାହାଙ୍କ ନାଁ ତାଙ୍କ କର୍ମରୁ ଜଣାପଡିଛି। ଏହି ବ୍ୟକ୍ତିମାନେ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ

ସୁନ୍ଦର ପିଚାଇ :

ସୁନ୍ଦର ପିଚାଇଙ୍କୁ ଅବା କିଏ ନଜାଣେ। ଅନଲାଇନ୍‌ ପ୍ଲାଟଫର୍ମ ଗୁଗୁଲର ସିଇଓ ହେଉଛନ୍ତିି ସୁନ୍ଦର ପିଚାଇ। ୪୫ ବର୍ଷୀୟ ସୁନ୍ଦର ତାମିଲନାଡୁର ମଦୁରାଇ ସହରରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତିଭାକୁ ଏବେ ବିଶ୍ୱଦରବାରରେ ସ୍ୱତନ୍ତ୍ର ସମ୍ମାନ ଦିଆଯାଉଛି ।

ଲକ୍ଷ୍ମୀ ଏନ୍‌ ମିତଲ୍‌ :

୬୭ ବର୍ଷୀୟ ଲକ୍ଷ୍ମୀ ଏନ୍‌ ମିତଲ୍‌ ହେଉଛନ୍ତି ଆର୍ସେଲର ମିତଲର ସିଇଓ। ରାଜସ୍ଥାନର ଶାଦୁଲପୁର ଗ୍ରାମରୁ ଆସିଥିବା ଲକ୍ଷ୍ମୀ ଏନ୍‌ ମିତଲ୍‌ ଏବେ ନ୍ୟୁୟର୍କର ଦ୍ୱିତୀୟ ଧନୀଶାଳୀ ବ୍ୟକ୍ତିଙ୍କ ତାଲିକାରେ ନିଜକୁ ରଖିପାରିଛନ୍ତି।

ଇନ୍ଦିରା କ୍ରିଷ୍ଣମୂର୍ତ୍ତି ନୁଇ :

ତାମିଲନାଡୁ ରାଜ୍ୟରୁ ଆସିଥିବା ୬୨ ବର୍ଷୀୟା ଇନ୍ଦିରା କ୍ରିଷ୍ଣମୂର୍ତ୍ତି ହେଉଛନ୍ତି ପେପ୍ସିକୋର ସିଇଓ ଏବଂ ଚେୟାରପର୍ସନ। ଗତବର୍ଷ ଆମେରିକାରେ ଇନ୍ଦିରାଙ୍କୁ ନିଡର ମହିଳା ବ୍ୟବସାୟୀର ମାନ୍ୟତା ଦିଆଯାଇଥିଲା। ସେ ନିଜ ସଚ୍ଚୋଟତା ଏବଂ ନିଡରତା ପାଇଁ ବ୍ୟବସାୟିକ କ୍ଷେତ୍ରରେ ବିଶ୍ୱରେ ପରିଚିତ ଏବଂ ପ୍ରସିଦ୍ଧ ହୋଇ ପାରିଛନ୍ତି।

ସତ୍ୟ ନାଡେଲା :

ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରୁ ଆସିଥିବା ୫୦ ବର୍ଷୀୟା ସତ୍ୟ ନାଡେଲା ବହୁ ଚର୍ଚ୍ଚିତ ମାଇକ୍ରୋସଫ୍‌ଟ କମ୍ପାନୀର ସିଇଓ ରହିଆସିଛନ୍ତି । ନିଜ କର୍ମ ପ୍ରବଣତା ଏବଂ କଠିନ ପରିଶ୍ରମ ଯୋଗୁଁ ସେ ଆଜି ଦୁନିଆର ପ୍ରତିକୋଣରେ ପରିଚିତ ହୋଇପାରିଛନ୍ତି ।

ୟୁସୁଫ୍‌ ହେମିଦି :

୨୦୧୭ ମସିହା ଅକ୍ଟୋବର ମାସରେ ୮୧ ବର୍ଷୀୟ ୟୁସୁଫ୍‌ ହେମିଦିଙ୍କୁ ଆମେରିକାର କୋଲୋମ୍ବିଆ ବିଶ୍ୱବିଦ୍ୟାଳୟରୁ ଅସାଧାରଣ ମାନବୀୟ ଏବଂ ସାମାଜିକ ପ୍ରୟାସ ଏବଂ ଏଚଆଇଭି ଏଡସର ସଚେତନତା ପାଇଁ ଅଗ୍ରଣୀ ଭୁମିକା ନେବା ପାଇଁ ସମ୍ମାନିତ କରାଯାଇଛି ।

ସମ୍ବନ୍ଧିତ ଖବର