ଦରବୃଦ୍ଧିର ପ୍ରଭାବ: ତାମିଲନାଡୁର ଏହି ଦମ୍ପତ୍ତିିଙ୍କୁ ବିବାହ ଭୋଜିରେ ଉପହାର ଆକାରରେ ମିଳିଲା ପିଆଜ

ଚେନ୍ନାଇ: ଏବେ ବଢ଼ୁଥିବା ପିଆଜ ଦର ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଲୋକ ବିନା ପିଆଜରେ ଖାଦ୍ୟ ତିଆରି କରୁଛନ୍ତି ତ କିଛି କିଛି ସ୍ଥାନରେ ଏବେ ଅନେକ ରେସ୍ତୋରାଁ ବନ୍ଦ ହୋଇଗଲାଣି। ଦେଶର ଅନେକ ସ୍ଥାନରେ ପିଆଜ ଦର ୧୨୦‌ରେ ପହଞ୍ଚିଥିବା ବେଳେ ଏବେ ତାମିଲନାଡୁରେ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।‌ ବିବାହ ଭ‌ୋଜି ଦିନ ଦମ୍ପତ୍ତିଙ୍କ ସାଙ୍ଗମାନେ ତାଙ୍କୁ ପିଆଜ ଉପହାରରେ ଦେବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦମ୍ପତ୍ତିଙ୍କ ଫଟୋ ଏବେ ଭାଇରାଲ ହେବାକୁ ଲାଗିଥିବା ବେଳେ ଦୁହେଁ ହାତରେ ପିଆଜ ଧରିଥିବା ଦେଖାଯାଇଛି। ସୂଚନା ମୁତାବକ, ତାମିଲନାଡୁର ଶାହୁଲ ଓ ସବ୍ରିନାଙ୍କ ବିବାହ ଭୋଜିରେ ସେମାନଙ୍କ ବନ୍ଧୁ ତାଙ୍କୁ ୨.୫କେଜିର ପିଆଜ ଉପହାର ଆକାରରେ ଦେଇଥିଲେ। ଯାହା ଉପସ୍ଥିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟ ପକ୍ଷରେ, ଶାହୁଲଙ୍କ ପରିବାର ଲୋକେ ଭ‌ୋଜିରେ ପିଆଜର ରାଇତା ଲୋକଙ୍କୁ ଦେବା ପାଇଁ ଭାବିଥିବା ବେଳେ ମାର୍କେଟରେ ପିଆଜ ନ ମିଳିବାରୁ ବାଧ୍ୟ ହୋଇ ସେ ମେନୁରୁ ପିଆଜ ରାଇତାକୁ ହଟାଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର